ସମର୍ପିତ ରହୁ ଓଡ଼ିଆ ମନ
ସମର୍ପିତ ରହୁ ଓଡ଼ିଆ ମନ


କଳାର ସାଗର ଶ୍ରେଷ୍ଠ କଳାକାର
କଳେବର ନିଜ ହାତରେ ଗଢ଼ି
ବିଶ୍ୱନିଅନ୍ତା ସେ' ବିଶ୍ବକୁ ପାଳୁଛି
ହାତରେ ଧରିଛି ଜୀବନ ଗୁଡ଼ି ...
ତନ୍ତ୍ର ମନ୍ତ୍ର ଶାସ୍ତ୍ର ସବୁରି ଉପରେ
ସର୍ବ ଶକ୍ତିମାନ ଅଟଇ ସେହି
ତୁଚ୍ଛ ମଣିଣଟେ ରଟୁଛି ଚକ୍ରାନ୍ତ
ରୁମ ସମକକ୍ଷ ନୁହଁଇ କେହି ... !!
ଅର୍ଥକୁ ଅନର୍ଥ କରୁଚି ଚକ୍ରାନ୍ତି
ସବୁ ଇଛା ଗୁଡ଼ା ତାହାରି କହି
କହିବୁଲେ କେହି ସାଲବେଗ ମୁହିଁ
ପ୍ରଶଂସିତ ନିଜ ସ୍ବଜନ ନେଇ ....
ମାମଲତାକାରୀ ବୋଲାଅନ୍ତି ଥୋକେ
ଆଗପଛ ଟିକେ ବିଚାର ନାଇଁ
କଦ
ର୍ଯ୍ୟ ଭାବନା ମନେ ଭରିଛନ୍ତି
ସମର୍ପଣ ଭାବ ଟିକିଏ ନାହିଁ ....
ସ୍ବୟଂ ଗଜପତି ବୁଦ୍ଧିହୀନେ ଗଣା
ସ୍ନାନ ଯାତରାରେ ସ୍ବଗୃହେ ରହି
ଜୀବନଟା ଯଦି ତାହାରି ଦାନଟେ
ସେବାପାଇଁ ଏତେ କୁଣ୍ଠିତ କାହିଁ ..!!
ଆପ୍ରାଣ ଚେଷ୍ଟାରେ ରାମଚନ୍ଦ୍ର ଦେବ
ଇତିହାସ ଗାଏ ତାଙ୍କରି ଗାଥା
ବିଗ୍ରହକୁ ଧରି ଚିଲିକା , ମାରାଦା
ବୁଲିଛନ୍ତି କାହିଁ କେତକ ଜାଗା ....
ସ୍ବାଭିମାନେ ବନ୍ଧା ଓଡ଼ିଆଙ୍କ ମନ
ଜଗନ୍ନାଥ ତୁମେ ତାଙ୍କରି ପ୍ରାଣ
ପ୍ରତି ହୃଦୟକୁ ବିଜେକର ପ୍ରଭୁ
ସମର୍ପିତ ରହୁ ଓଡ଼ିଆ ମନ .... ।