STORYMIRROR

Dasarathi Sahu

Others

3  

Dasarathi Sahu

Others

ସ୍ମରଣିକା

ସ୍ମରଣିକା

1 min
2.9K


ନିର୍ବାଣ ନିମନ୍ତେ ନେପଥ୍ୟ ନାୟକ

ନିଷ୍ଠୁର ସତ୍ୟ ଆଦରି

ଶୋକ ସାଗରରେ ଭସେଇ ଗଲହେ

ଅସହ୍ୟ ଯନ୍ତ୍ରଣା ଭାରି

ନେତ୍ର ଭିଜିଯାଏ ତୁମରି ସ୍ମୁତିରେ

ଦେଶ ଗାଏ ତୁମ ଯଶ

ଜଡଠୁ ଚେତନା ସର୍ବେ ଆନମନା

ଛାତି ଭରା ଅବଶୋଷ

କୋଳାହାଳ ଯାହା କୋହଳ ପଡିଛି

ସମାଧି ନେଇଛି ସୁଖ

ଆର୍ତ୍ତ ଚିକ୍ତାରର ଚଡକ ପଡିଛି

ମଳିନ ପଡିଛି ମୁଖ

ପଲ୍ଲୀ ଠାରୁ ଦିଲ୍ଲୀ ଜଳୁନାହିଁ ଚୁଲି

ଆଧାର ରୁଚିନି ତୁଣ୍ତେ

ଅଦ୍ୱିତୀୟ ଥିଲ ଅବର୍ଣ୍ଣନୀୟ ହେ

ଏହି ଭାରତ ଭୂଖଣ୍ଡେ

ଗଗନ ପବନ ଦୁଃଖେ ଜରାଜୀର୍ଣ୍ଣ

ସବୁ କଡେ ନୀରବତା

କାଗଜ ନା କାଳୀ , ଲୁହ ଲହୁ ଢାଳି

କବି ଲେଖନ୍ତି କବିତା

ଅପୂରଣୀୟ ହେ ତୁମ ଶୂନ୍ୟ ସ୍ଥାନ

ଇହଧାମୁ ଫେରି ଆସ

ମୋ ଆୟୁଷ ନେଇ ଅଫେରା ରାଇଜୁ

ଅନ୍ତ କର ବନବାସ

କାଳର କରାଳେ ତୁମେ ସିନା ଲୀନ

ଥିବ ସବୁ ହୃଦୟରେ

ଶ୍ରଦ୍ଧାଞ୍ଜଳି ଢାଳେ ଅନାଦି ଅନନ୍ୟ

ତୁମ ପାଦ ପଙ୍କଜରେ

ଦାଶରଥି ସାହୁ

କଳମ୍ବ /ଗଜାଂମ


Rate this content
Log in