ସମ୍ପର୍କଟିଏ
ସମ୍ପର୍କଟିଏ
1 min
470
ବାଟ ଚାହିଁ ଯାଉଥିବା
ପଥିକ ଯଦି ପ୍ରଶ୍ନ କରେ ;
ତମେ କିଏ...?
ତମ ପରିଚୟ କଣ...?
ଏ ଦୁନିଆ ଆଖିରେ ।
ସମୟ ହସି ଦିଏ
ନିରବ ରୁହେ,
ଜୀବନର ଲମ୍ବା ରାସ୍ତାରେ ।।୧।।
ମୁଁ ଜାଣେ, ମୁଁ ମୋ ନିଜକୁ
ସମ୍ପୂର୍ଣ୍ଣ ବୁଝିବା ତଥା
ଖୋଜିବାର ଇସ୍ତାହାର ପୃଷ୍ଠାରେ ।
ମିଳେ ଏଠି ମିଠାମିଠା
ଖୁସି,ଶାନ୍ତି, ଆନନ୍ଦ,
ଅଜଣା, ଅଚିହ୍ନ ଅପରିଚିତ
ଆଇନା ସମ୍ମୁଖରେ ।।୨।।
ଅସ୍ପଷ୍ଟ ଭାବାବେଗେ,
କିଛିକାଳ ହସର ଆଳାପ
ଯୋଡିନିଏ ନୂତନ ପାଦ ଚିହ୍ନରେ ।
ମନରେ ଆସ୍ୱସ୍ତି ଭରେ
ଶୋଭିତ ଶୋଭା ସମ୍ପର୍କଟି
ନିଦୁଆ ସ୍ୱପ୍ନର ରଙ୍ଗତୁଳୀ ଛାଇରେ ।। ୩।।
****
