STORYMIRROR

Maitreyee Kamila

Others

3  

Maitreyee Kamila

Others

ସମ୍ପର୍କର ପରିଧି

ସମ୍ପର୍କର ପରିଧି

1 min
206


ଏ ଘର ଝର୍କା ସେପଟ ଲୋକ ସବୁ ଆମ ନିଜର।

ହେଲେ ବର୍ଷ ବର୍ଷ ଧରି କେହି କାହାରି ମୁହଁ ଚାହାନ୍ତିନି କି

ପଦୁଟିଏ ଉଁ ଚୁଁ ହୁଅନ୍ତିନି

ମିଛ ଦର୍ପ ଅହମିକା ରେ ଆଉଟୁ ପାଉଟୁ ହୁଏ ସମ୍ପର୍କ ର ବନ୍ଧ ବାଡ଼

ବିତିଯାଉଥାଏ ବର୍ଷ ମାସ ଦିନ ଆଉ ଯେତେ ସବୁ ଭଲ ମନ୍ଦ ସୁଖ ଦୁଃଖର ଆକ୍ତା ମାକ୍ତା ସମୟ


ସେ ଘରୁ ଘଣ୍ଟାର ଶବ୍ଦ ଭାସିଆସେ ଛାତ ଡେଇଁ

ଏପଟୁ ଧୂପ ଧୁଆଁ ସେପଟେ ମିଶୁଥାଏ  

ସନ୍ଧ୍ୟା ଦୀପ ଜଳି ଜଳି ଦପ ଦପ ଲିଭୁଥାଏ ।ପବନଟା କାହା ଦୁଆ ରୁ ଆସି କୋଉପଟେ ଯାଏ କେଜାଣି।



ରୁତୁ ଆସି ଫେରୁଥାଏ

ଅପରାହ୍ନ ର ଛାଇ ଲେଉଟିଯାଏ

କଅଁଳ ପାଦ ସବୁ ବୟସ ର ଛାପ ନିଏ

ଜ୍ୟେଷ୍ଠ ର ଖରା ,ପୁଷ ମାସ ଶୀତଭଳି ଭାରି କାଟେ ଏଠି ଯେତେବେଳେ ଖାଲି ଏପାଖ ସେପାଖ ହୁଏ ସଂପର୍କର ଖିଅ ଘାଟ କର୍ମରେ।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍