STORYMIRROR

Prasanta kumar Hota

Others

3  

Prasanta kumar Hota

Others

ସମ୍ପର୍କର ଫୁଲ

ସମ୍ପର୍କର ଫୁଲ

1 min
960


ସମ୍ପର୍କର ଫୁଲ ପାଖୁଡ଼ା ପାଖରେ

ବିଶ୍ଵାସରେ ଭରେ ରଙ୍ଗ

ସୁଖ ଭରୁଥାଏ ସୁଖଦ ସ୍ମୃତିରେ

ପୁଲକିତ କରି ଅଙ୍ଗ।


ମନକୁ ସୁନ୍ଦର ମନର ମଣିଷ

ନମିଳିଲେ ସବୁ ବିଷ

ସବୁଥାଇ ପୁଣି ମନଟିଏ ଵିନା

ଲାଗୁଥାଏ ସଦା ନିସ୍ଵ


ମନ ଖୋଜେ ମନ ମନ ମକରନ୍ଦ

ଯାଠାରୁ ଝରିବ ମଧୁ

ନପାଇଲେ ନେତ୍ର ନପୁରିବ ଗାତ୍ର

ଜୀବ ହୁଏ ବାରବଧୁ।


ସମ୍ପର୍କର ଫୁଲ ପାଖୁଡ଼ା ପାଖରେ

ଥିଲେ ଦେଉଥାଏ ରଙ୍ଗ

ସୁଖ ଭରିଦିଏ କୋଣେ ଅନୁକୋଣେ

ପୁଲକିତ ହୁଏ ଅଙ୍ଗ।


ମନକୁ ସୁନ୍ଦର ମନର ପୁରୀଷ

ଅନ୍ୟ ଠାରେ ହେଲେ ବିଷ

ଅନ୍ୟ ଖୁସି ଦେଖି ଅସହିଷ୍ଣୁ ହେଲେ

ଲାଗୁଥାଏ ସଦା ନିସ୍ଵ।


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍