ସମ୍ପର୍କର ମୂଲ୍ୟ ବୁଝ
ସମ୍ପର୍କର ମୂଲ୍ୟ ବୁଝ
1 min
214
ଅବୁଝା କୁ କିଏ ବୁଝାଇପାରିବ,
ଚେଇଁ ଯେ ଶୋଇଛି,
ତାକୁ କିଏ ଉଠାଇବ?
ଅହଙ୍କାରୀକୁ କେ ବା ପ୍ରେମ ଶିଖାଇବ ?
ଅପାତ୍ର ରେ ଦାନ କଲେ କି ଫଳ ମିଳିବ ?
ଆନକୁ ଦେଖେ ଯେ ହୀନମନେ କରି,
ସେ ନୀଚ୍ଚ ବୁଦ୍ଧିସମ୍ପନ୍ନ।
ସମ୍ମାନ ସ୍ନେହ ତ ମୂଲ୍ୟହୀନ ତାଠି,
ଅଜ୍ଞାନୀ ସେ ଅଟେ ଜାଣ।
ସ୍ନେହ ପ୍ରେମ ମିଳେ ସମର୍ପଣ କଲେ,
ମିଳେ ତ ସମ୍ପର୍କ ସୁଖ।
ସମ୍ପର୍କୀୟ ବିନା ଜୀବନ ର ପଥେ,
ମିଳେ ବହୁକଷ୍ଟ ଦୁଃଖ,
ସମ୍ପର୍କର ମୂଲ୍ୟ ବୁଝ,
ଆତ୍ମୀୟ ନୁହନ୍ତି ବୋଝ।
