Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Rita Pattanaik

Others

4.0  

Rita Pattanaik

Others

ସମ୍ପର୍କର ଅନ୍ୟନାମ -'ଅନ୍ତିମ '

ସମ୍ପର୍କର ଅନ୍ୟନାମ -'ଅନ୍ତିମ '

1 min
161



        ଗୋଟିଏ ବର୍ଷା , ଅଧା ବସନ୍ତ ----

    ଆଉ ଆସି ଫେରି ଯାଇଥିବା ବୈଶାଖ ---

    ସବୁକିଛିକୁ ମୁଠେଇ ଗଢିଉଠିଥିବା ନାଁ ଅଜଣା ସମ୍ପର୍କ !!!

       କିଛି ଆଳାପ --- ଆଉ ସ୍ନେହର ଆସର ,

       ଲାଗେ ବୋଧେ ,ପରିଚିତ ଅନେକ ବର୍ଷର ।

       ଧୀରେ ଧୀରେ ବନ୍ଧୁତା -- ପୁଣି ଆକର୍ଷଣ ,       

        ସ୍ବପ୍ନମଖା ଆଶାର ଉଷ୍ଣ ପ୍ରସ୍ରବଣ ,

      ବେଳେ ବେଳେ ଉଙ୍କିମାରେ ଛୋଟ ଅଭିମାନ ।

        ଆଖିର କଥା ବେଶ୍ ଆଖି ବାରିନିଏ ,

        ଅବ୍ୟକ୍ତ ଭାଷାକୁ ବି ଓଠ ପଢ଼ିନିଏ ।

        ପାପୁଲି'ର ପରଶରେ ମନର ଉଷ୍ମତା , 

              ଠିକ୍ ଯେମିତି !!! 

       ତାରା ଖୋଜେ -ଆଲୁଅ'ର ନିବିଡ଼ତା ,

       ଶବ୍ଦ ଖୋଜେ -- ଅଧାଲେଖା କବିତା ।

       କିଛି ବାଟ ଚାଲିବା,ହାତରେ ହାତ ଛନ୍ଦି --

       ଚାଲିବାର ଦୁଃସାହସ ଥୁକୁଲରେ ବନ୍ଦୀ ।

            ଫେରିଆସେ ଅକସ୍ମାତ୍ !!!

      ଲିଭିଯାଏ ଅକ୍ଷର ---ହଜିଯାଏ ଠିକଣା ,

      ଜୁଡୁବୁଡୁ ମନ ଖୋଜେ ଅତୀତର ଅଗଣା ।

        ଅଳ୍ପ କଥା'ର ଗଳ୍ପ ଲେଖିବାକୁ ---

      ଇଡା ଦୁଆତରେ କାଳି ଭରେନାହିଁ ---

          ଗର୍ଭବତୀ ହୁଏନି କଲମ --

      ଏଇ ବୋଧେ, ଚାହିଁଦେଇ ଲୁଚିଯିବା ----

       ସମ୍ପର୍କ'ର ଅନ୍ୟନାମ ---' ଅନ୍ତିମ '

         କେମିତି କହିବି କୁହ ?? 

      ସମ୍ପର୍କ ମୋ ଦିନେ ଥିଲା -- 'ପ୍ରଥମ ' 



Rate this content
Log in