Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Lalita Mohan Mishra

Others

2  

Lalita Mohan Mishra

Others

ସମ୍ପର୍କ

ସମ୍ପର୍କ

1 min
133


🌻🌻🌻 ସମ୍ପର୍କ 🌻🌻🌻🌻

ଜାଣେନା ସମ୍ପର୍କର ମାନେ,
ଜାଣେନା ସମ୍ପର୍କର ଆଇନ କାନୁନ୍ ,
ତଥାପି ସମ୍ପର୍କକୁ ତଉଲି ଚାଲିଛି କଷଟି ପଥରେ .....
ବିଡମ୍ବନା ଖାଲି ଏତିକି , ଏ ସମ୍ପର୍କର କୌଣସି ନାଆଁ ନାହିଁ |
ତଥାପି.........
ଅନାବିଳ ସ୍ନେହ ,ପ୍ରେମ ଏବଂ ଅଜସ୍ର ଭଲ ପାଇବାରେ
ବନ୍ଧା ହୋଇଛି ଏ ଅଚିହ୍ନା ସମ୍ପର୍କ |
ଅବାସ୍ତବ ପରି ମନେ ହେଲେ ମଧ୍ୟ, ଏହା ଏକ ବାସ୍ତବତାର ରୁପରେଖ ,
ଜାଣିନି ଇଶ୍ବର କେଉଁ ଏକ ନିଶିଦ୍ଧ ମୁହୁର୍ତ୍ତରେ ଆଙ୍କିଥିଲେ
ଏ ସମ୍ପର୍କର ଚିତ୍ରପଟକୁ |.
ଜୀବନର ପ୍ରତିଟି ଅଗ୍ନିପରୀକ୍ଷା ଅତିକ୍ରମ କରି କରି,
ଆଜି କଣ ହାରିଯିବି ଶେଷ ପରୀକ୍ଷାରେ...
ଆଜି ମୋର ସ୍ବାଭିମାନ ମଧ୍ଯରେ କଣ ସମ୍ପର୍କକୁ ଚିରନ୍ତନ କରିପାରିବି |
ତଥାପି ନିରୁତ୍ତର............
ଯେତେ ହେଲେ ମୁଁ ମଣିଷ କେମିତି ଆଙ୍କିପାରିବି ଜୀବନର ଯବନିକା |
କେବଳ ବିରହ ଯନ୍ତ୍ରଣାରେ ହା ହୁତାସ ଭିତରେ ଦିନ କଟି କଟି ଚାଲିଛି |
. ଲଳିତ ମୋହନ ମିଶ୍ର
ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ
ଚନ୍ଦ୍ରଗିରି, ଗଜପତି ୯୪୩୭୯୮୫୮୬୬


Rate this content
Log in