STORYMIRROR

SADASIBA NAYAK

Others

3  

SADASIBA NAYAK

Others

ସମ୍ପର୍କ

ସମ୍ପର୍କ

1 min
243

ସମ୍ପର୍କ ବୋଲି ସେ ତିନୋଟି ଅକ୍ଷର

ସଜ୍ଞା ନ ପାରିଲି ଜାଣି

ନିରବୀ ବସିଲି ଗୁମୁରି ଭାବିଲି

ଅଶକତ ହେଲି ପୁଣି


ବହୁତ ଖୋଜିଲି ଖୋଜି ମୁଁ ଚାଲିଲି

ବିପିନ ଗଗନ ପବନ

ନ ପାଇଲି କାହିଁ ଖିଅ ଟିଏ ତହିଁ

ଅସହ୍ୟ ହେଲା ମୋ ମନ


ଖୋଜିଲି ଯାଇ ମୁଁ ଦରିଆ ଉର୍ମିରେ

ଖୋଜିଲି ବାଲୁକା ଶେଜେ

ଖୋଜିଲି ଯାଇ ମୁଁ ପୂର୍ଣ୍ଣିମା ଚାନ୍ଦରେ

ନୀଳ କଇଁ ପାଖେ ବେଗେ


ଖୋଜିଲି ଯାଇ ମୁଁ ନିବିଡ ଅରଣ୍ୟେ

ଖୋଜିଲି ନଈର ଗର୍ଭେ

ଖୋଜିଲି ଯାଇ ମୁଁ ପାରିଜାତ ବନେ

ଖୋଜିଲି ଗହଳି ମାର୍ଗେ


ଭାଇ ଭଗ୍ନି ପ୍ରେମୀ ବନ୍ଧୁ ସହୋଦର

ସଭିଙ୍କୁ ପଚାରିଥିଲି

ମାଟି ପାଣି ବାୟୁ ଆକାଶ ଅନଳେ

ପଚାରି ମୁଁ ଥକି ଗଲି


ଅଶୄ ଥିଲା ପୁଣି ଅଭିପ୍ସା ବି ଥିଲା

ଜାଣି ବାକୁ ସେହି କଥା

ନୈରାଶ୍ୟରେ ମୋ ହୃଦ ଭରି ଗଲା

ଅବଶୋଷେ ଭରେ ବ୍ୟଥା


ନିଜର ତ ଏଠି କେହି ନାହିଁ ଭାଇ

ସାତପର ତ ସଭିଏଁ

ସମ୍ପର୍କ ଡୋରିଟି ଧରି ତୁ ବୁଲି ଲେ

ହାତ ଦେଖାଇବ କିଏ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍