STORYMIRROR

Mamata kumari Behura

Others

3  

Mamata kumari Behura

Others

ସମ୍ପର୍କ

ସମ୍ପର୍କ

1 min
189


ସମ୍ପର୍କ ଏମିତି ଏକ ଶବ୍ଦ

ଯେଉଁ ଥିରେଥାଏ ଭିନ୍ନତା,

କେଉଁଠାରେ ରକ୍ତର ସମ୍ପର୍କଟା

ବାଣ୍ଟିଥାଏ ସ୍ନେହ ମମତା। 

ସମ୍ପର୍କଟା ପୁଣି ପାରିବାରିକ

ଭାଇ, ବନ୍ଧୁ, କୁଟୁମ୍ବଙ୍କ ସହ, 

କେଉଁଠାରେ ସମ୍ପର୍କଟା ପୁଣି

ସାମାନ୍ୟ ସୂତାର ଖିଅ। 

ସୁଖ, ଦୁଃଖ, ବିପଦରେ ପାଖରେ 

ଠିଆ ହେବାର ସମ୍ପର୍କ, 

ସମ୍ପର୍କ ଭଲ ରହିଲେ ଯମା ରହେ

ନାହିଁ ତର୍କ ଆଉ ବିତର୍କ।

 ସମ୍ପର୍କଟା ପୁଣି ଯେତେବେଳେ ନିବିଡ଼

ହୋଇଯାଏ ଈଶ୍ବରଙ୍କ ସହିତ, 

ପରମାତ୍ମାଙ୍କ ସଂସ୍ପର୍ଶରେ ଆସି

ଦିବ୍ୟ ଚେତନା ଭରିଯାଏ ସତତ। 

ସମ୍ପର୍କର ଡୋରିରେ ବାନ୍ଧି ହୋଇ

ଚିହ୍ନି ହୁଏନାହିଁ ମଣିଷ, 

ସମ୍ପର୍କଟା କେବଳ ସ୍ମ୍ରତି ହୋଇଯାଏ

ଭୁଲି ହୁଏନା ସେ ଅତୀତ। 

ସମ୍ପର୍କ ଥାଇ ମଧ୍ଯ ବେଳେ ବେଳେ

କିଣି ହୁଏନାହିଁ ମନ, 

ବାନ୍ଧି ହୁଏ ନାହିଁ ସମୟକୁ

ଚିର ସତ୍ଯ ଏ ମଣିଷ ଜୀବନ। 

କାର୍ଯ୍ୟ ସାଧନ ହୋଇଗଲା ପରେ

ସମ୍ପର୍କଟା ହୋଇଯାଏ ଅଲୋଡା, 

ସମ୍ପର୍କଟା ଭାଙ୍ଗିଯାଇ ଟୁର୍ମାର ହୋଇଯାଏ

ଆସିଯାଇଥାଏ ଛଳନା। 

ଅହଂକାର, ଅସମ୍ମାନ ପରି

ସ୍ୱାର୍ଥପରତା ଆସିଲେ, 

ସମ୍ପର୍କରେ ପୂର୍ଣ୍ଣଛେଦ ପଡିଯାଏ

ବିଶ୍ବାସଘାତକତା କଲେ।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍