STORYMIRROR

Gelamani Pradhan

Others

4  

Gelamani Pradhan

Others

ସମ୍ପର୍କ

ସମ୍ପର୍କ

1 min
229

ଦୋଷ କରୁନି ଜାଣିଜାଣି ମୁଁ

ବଧିର ନୁହେଁ ଶୁଣିଶୁଣି ମୁଁ

ହୃଦୟକୁ ବି କଷ୍ଟ ହେଉଛି 

ମନ ବିରକ୍ତ ହୋଇ ବୁଲୁଛି 

କାହାକୁ ପର କରିବି ମୁହିଁ

ଏ ସମ୍ପର୍କ ତୁଟାଇବି ନାହିଁ ।


ମୋ ଆଖିର ତାରା ଲୁଚାଇବି

ତମେ ଦାନ ନୁହଁ ଦେଇଦେବି

ସ୍ନେହ ମମତାରେ ବାନ୍ଧିଦେବି

ଅବୁଝା ହେଲେ ବୁଝାଇଦେବି

ଦୂରକୁ ଯାଇ ଖୋଜି ଆଣିବି

ଆଖିର ଲୁହରେ ଅଟକାଇବି ।


ଯେତେ ଆସୁ ବାଧା ଆଗେଇବି

ଯେତେ ଆସୁ ବର୍ଷା ଭିଜିଯିବି

ଖରା ହେଉ କି ଶୀତ ଡରିବିନି

ଅସମ୍ମାନ ସମ୍ପର୍କକୁ ଦେବିନି

ଛାତିକୁ ପଥର କରି ରହିଛି

ମଶାଣି ଯିବା ପାଇଁ ହେଉଛି ।



Rate this content
Log in