STORYMIRROR

Nityananda Behera

Others

3  

Nityananda Behera

Others

ସମ୍ପର୍କ

ସମ୍ପର୍କ

1 min
268

ସମ୍ପର୍କ, ଭାବନାର ଏକ

ଯୁଗଲବନ୍ଦୀ

ହୃଦୟ ସହ ହୃଦୟ ର

ଭାବ ବିନିମୟ ର

ଏକ ମାଧ୍ୟମ।

ଏକ ବିଶ୍ୱାସ

ଏକ ପରିଚୟ ।

ଉଭୟେ ଉଭୟ ଙ୍କୁ

ଜାଣିବା ତଥା

ସଂସ୍ପର୍ଶରେ ରହିବା

ସହ ଦୁଇ ମନର

ଭାବର ଏକ ବନ୍ଧନ ।

ସ୍ନେହ ଶ୍ରଦ୍ଧା ଭଲପାଇବା

ତଥା ସମର୍ପଣ ର

ଏକ ସୁମଧୁର ଆସର।

ଯାହାର ଭାବରେ ନଥାଏ

ଛଳନା ଲାଂଛନା

କି ପ୍ରତାରଣା ର ସ୍ପର୍ଶ।

ଥାଏ ଖାଲି ମହନୀୟତା

ସ୍ୱାର୍ଥ ଆଉ ଦ୍ୱେଷ ଠାରୁ

କାହିଁ କେତେ ଦୁରେ....।

କିନ୍ତୁ ସମ୍ପର୍କ ଭିତରେ

ଯେତେବେଳେ ଆତ୍ମସ୍ୱାର୍ଥ

ବସା ବାନ୍ଧେ ସେତେବେଳେ

ସମ୍ପର୍କରେ ଫାଟ ସୃଷ୍ଟି ହୁଏ।

ଆଉ ସେହି ଫାଟ ଶେଷରେ

ସମ୍ପର୍କ କୁ ଛିନ୍ନଭିନ୍ନ କରିଦିଏ।

ପ୍ରତ୍ୟେକ ପ୍ରତ୍ୟେକଙ୍କ ସହ

ପ୍ରତ୍ୟକ୍ଷ ନହେଲେ ମଧ୍ୟ

ପରୋକ୍ଷରେ ବି

କିଛି ନା କିଛି ସମ୍ପର୍କରେ

ଆବଦ୍ଧ।

ସମ୍ପର୍କ ହିଁ ସରସତା

ସମ୍ପର୍କ ବିନା ଜୀବନ

କାରାବାସ

ଯେଉଁଠି ନା ଅଛି ସୁଖ

ନା ଅଛି ଶାନ୍ତି।

ଅଛି କେବଳ ନିଃସଙ୍ଗତା।



Rate this content
Log in