STORYMIRROR

Pravas Kumar Swain

Others

3  

Pravas Kumar Swain

Others

ସମ୍ପର୍କ

ସମ୍ପର୍କ

1 min
233

ସମ୍ପର୍କ ମୁଁ ବାନ୍ଧିବି କାହାକୁ

ଆପଣାର ଛାତିରୁ କାଢି

ଅଜଣା ଅଚିହ୍ନାପରି ଦୂରେଇ ଦେଉଥିବା

ରକ୍ତଜ ମାନଙ୍କୁ, ନା

କୋଳରେ ଆଉଜି ନେଉଥିବା

ଅପରିଚିତ, ଅନାମଧେୟ

ଭିନ୍ନ ମଣିଷକୁ ll


ସମ୍ପର୍କ ମୁଁ କହିବି କାହାକୁ

ଛଳନାର ମୁଖା ପିନ୍ଧିଥିବା

ଲମ୍ପଟ, ସ୍ୱାର୍ଥପର

ମଣିଷର ଅଭିନୟକୁ , ନା

ବିଶ୍ୱାସ ର ହାତ ଧରି

ନିସ୍ଵାର୍ଥପର ସେବାର ଭଲପାଇବାକୁ ll


ସମ୍ପର୍କ ଟା ଲାଗେ ଆଜି

ନଟେଇ ର ଅଡୁଆ ସୂତା ପରି

ଖିଅ ଖୋଜି ଖୋଜି ଲାଗେ ସନ୍ଧିହାନ,

ମଣିଷ ତ ଅହଂକାରେ ଅନ୍ଧ

ମିଛ ସୁଖ, ଧନ ମୋହ ପାଖେ

ସବୁକିଛି ଲାଗେ ମୂଲ୍ୟହୀନ ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍