STORYMIRROR

SUKANTA KHANDA

Others

4  

SUKANTA KHANDA

Others

ସମ୍ପର୍କ

ସମ୍ପର୍କ

2 mins
235

ସମ୍ପର୍କର ଡୋର ଦୃଢ଼ ହେବା ପାଇଁ

ଲୋଡା଼ ନେବା ନୁହେଁ ଦେବା

ଯେଉଁ ଲୋକ ଚାହେଁ ନେବାକୁ ସର୍ବଦା

ଅଦିନ ଝଡେ଼ ଭାଙ୍ଗିବା।


ନେବା ଲୋକଟିର ନୀଚ୍ଚ ମନୋଭାବ

ପାଣିରେ ସର ପକାଇ

ସମ୍ପର୍କ ଯୋଡି଼କି ଶୋଷିନେଲା ପରେ

ପାଖରୁ ଯାଏ ଦୂରେଇ।


ଏପରି ସମ୍ପର୍କ ଆଜିକାଲି ବେଶି

ଦେଖିବାକୁ ମିଳୁଅଛି

ଭଲ ଲୋକମାନେ ସମ୍ପର୍କର ଡୋର

ଦେଖିଚାହିଁ ଯୋଡୁଛନ୍ତି।


ଗପଟେ କହୁଛି ସମ୍ପର୍କର ଚିହ୍ନ

ଶୁଣ ବାପା-ପୁଅଙ୍କର

ପୁଅର ଶହେକୁ ବାପାଙ୍କର ଜଣେ

ସାଙ୍ଗ ମାତ୍ର ଜୀବନର।


ପୁଅ ଦିନସାରା ବୁଲେ ଗାଁ'ଦାଣ୍ଡରେ

ନ ଖାଇ କୌଣସି କିଛି

ଘରକୁ ଆସିଲେ କହେ ସାଙ୍ଗଘରେ

ମାଂସ ଭାତ ଖାଇଅଛି।


ଆଜି ଏ ସାଙ୍ଗଙ୍କ କାଲି ସେ ସାଙ୍ଗଙ୍କ

ଘରେ ପରା ଖାଇଦେଲି

ବାପା ବୁଝିକରି ପରୀକ୍ଷା ସକାଶେ

ପୁଅକୁ କହିଲେ ଖୋଲି।


ଦୁଇ ବାପା ପୁଅ ଅଣ୍ଟା ଭିଡି଼ହେଲେ

କା'ସାଙ୍ଗ ସବୁଠୁ ଭଲ

ସମ୍ପର୍କର ଡୋର ଶକ୍ତ କି ଦୁର୍ବଳ

ବିଛାଇଲେ ଦୁହେଁ ଜାଲ।


ବାପା କହିଗଲେ ପୁଅ ଯା'କହିବୁ

ତୋର ଯେତେ ସାଙ୍ଗଛନ୍ତି

ବାପା ମୋ'ବେମାର ଅର୍ଥ ଦରକାର

ଯାହା ଦିଅ ଭାବିଚିନ୍ତି।


ଡାକ୍ତରଙ୍କୁ କାଲି ଦେଖାଇବି ମୁହିଁ

ମୋର ବାପାପାଇଁ ତୁମେ

ଦିଅ ସାଧ୍ଯ ମତେ ପାଞ୍ଚ କି ପଚାଶ

ଲାଗୁ ମୋ'ଉଚିତ କାମେ।


ପୁଅ ଶୁଣିକରି ସବୁସାଙ୍ଗ ପାଶେ

ନେହୁରା ହୋଇ କହିଲା

ପଟା ଅଧୁଲିଟେ ନ ପାଇ ଶେଷରେ

ଘରକୁ ଫେରି ଆସିଲା।


ହସିକି କହିଲେ ପୁଅରେ ଯା'ଯିବୁ

ଗୋଟିଏ ସାଙ୍ଗ ମୋହର

ବାପା ମରିଯିବେ ଅର୍ଥ ଲୋଡା଼ କିଛି

ଦିଅନ୍ତୁ କିଛି ସତ୍ତ୍ବର।


ଆକୁଳ ବ୍ଯାକୁଳ ହୋଇକି କହିବୁ

ମୋର ସାଙ୍ଗପାଶେ ଯାଇ

ପୁଅଟା ଦୌଡିଲା ଯାଇ କି କହିଲା

ସାଙ୍ଗ ଶୁଣି ହେଲା ବାଇ।


ସଞ୍ଚିଥିବା ତାର ଟଙ୍କା ପୁଡି଼ଆଟା 

ଧରିକି ପୁଅଟା ସହ 

ଏକ ନିଶ୍ବାସରେ ଦୌଡି଼କି ଆସିଲା

ଆଖିରେ ଅନନ୍ତ ଲୁହ।


ଯାଇକି ଦେଖିଲା ସାଙ୍ଗ ତା'ବସିଛି

ମୁରୁକି ହସିକି ଚାହିଁ

କହିଲେ ସାଙ୍ଗ ହେ ଏମିତି କଥାକୁ

ପୁଅକୁ କହିଲ କାହିଁ ।


ସାଙ୍ଗର ଛାତିକୁ ଛାତିଟା ମିଶାଇ

କହିଲେ ମୋ'ପୁଅ ପାଇଁ

ପରୀକ୍ଷାଟେ ଥିଲା ସମ୍ପର୍କର ଡୋର

ଦୃଢ କା'ର କେତେ ଥାଇ।


ବେଶି ସମ୍ପର୍କଟା ଲୋଡା ନାହିଁ ମୋଟେ

ଭାବିକି ଭକ୍ତିର ଭାବ

ସମ୍ପର୍କ ଯୋଡ଼ନ୍ତୁ ମଧୁର ସ୍ବଭାବେ

ଦେବାରେ ଯା'ମନ ଥିବ।


ଅନୁତାପ କରି ପୁଅ ସେହିଦିନୁ

ବୁଝିକି ସମ୍ପର୍କ ଡୋରୀ

ବାନ୍ଧିକି ଆନନ୍ଦ ପାଇବା ସକାଶେ

ବାପା ପାଖେ କ୍ଷମା ଜାରି।


ଦୁଇ ସାଙ୍ଗ ତାଙ୍କ ସମ୍ପର୍କର ଡୋର

ଛିଣ୍ଡିବନି କେବେ ଏଠି

ଧୀଟ ସମ୍ପର୍କଟା ଯଦି ବା ଯୋଡି଼ବା

ସନ୍ତୋଷ ନୁହେଁ କେଉଁଠି ।


ଗଳ୍ପଟା କହିଲି ଶୁଣିଲ ତ ପିଲେ

ଏଥର ବସିକି ଭାବ

ଗଣ୍ଡାଗଣ୍ଡା ଯେଉଁ ସମ୍ପର୍କ ଯୋଡୁଛ

ସଂସାରେ ମାନବ ଜୀବ ।


ଫେସବୁକ୍ ୟୁଟୁବ୍ ହ୍ବାଟସ ଆପ

ଫୋନ ମାଧ୍ଯମରେ ଯାଇ

ନିଜର ଜୀବନ ଦୁଃଖର ଝଡ଼ରେ

ଯେମିତି ପୋତି ନ ହୋଇ।

          


Rate this content
Log in