STORYMIRROR

Prasanta kumar Hota

Others

3  

Prasanta kumar Hota

Others

ସମ୍ପର୍କ

ସମ୍ପର୍କ

1 min
800


ସମ୍ପର୍କ ସବୁଠି ନିଜ ସ୍ଵାର୍ଥ ହିତେ

ନିରତ ନଦିଏ ଧରା

ସମ୍ପର୍କରେ ପ୍ରେମ ସମ୍ପାତ ସମ୍ମାନ

ଥିଲେ ସିନା ଥାଏ ଧରା


ସନ୍ତାନ ସମ୍ପର୍କ ମାତା ପିତା ଠାରେ

ଅବା ବନ୍ଧୁ ଜନ ଧାରେ

ହେଉ ପତି ପତ୍ନୀ ମୁନିବ ଚାକର

ସ୍ଵାର୍ଥୀ ଆମେ ସବୁଠାରେ।


ମାତା ମହାନତା ସନ୍ତାନରେ ସଦା

ଅନ୍ଧ କରିଦିଏ ସ୍ନେହ

ପାରେ ନାହିଁ ପର ଦୃଷ୍ଟିରେ ବିଚାର

ସମ୍ପର୍କର ବଡ ମୋହ


ସେହିଠାରେ ସଦା ହୁଏ ଆକାଂକ୍ଷିତ

ସ୍ଵାର୍ଥ ଥିଲେ ତାର ବନ୍ଧା

ନିସ୍ଵାର୍ଥରେ କିଏ କାହାକୁ ଲୋଡୁଛି

ନିସ୍ଵାର୍ଥ ରେ କିଏ ରନ୍ଦା


ସପ୍ତ ବିତସ୍ତିର ଜୀବ ଆମେ ସବୁ

ସପ୍ତ ସିନ୍ଧୁ ମଧ୍ୟେ ଥାଇ

ସମ୍ପର୍କର ଡୋର ଜାଣି ବିନସ୍ଵର

ବୃଥା ହେଉଥାଉ ଗାଇ


ସମ୍ପର୍କ ଯାହାର କର୍ତ୍ତବ୍ୟ କାରକ

ସମ୍ପର୍କ ରେ ନୁହେଁ ଛନ୍ଦା

ସବୁ ସମ୍ପର୍କରେ ଥାଇ ମଧ୍ୟ ସିଏ

ସମ୍ପର୍କରେ ନୁହେଁ ଫନ୍ଦା


ପ୍ରଶାନ୍ତ କୁମାର ହୋତା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍