Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mrunmayee Behera

Others

4.0  

Mrunmayee Behera

Others

ସମ୍ପର୍କ

ସମ୍ପର୍କ

1 min
202


ଚିରନ୍ତନ ନୁହେଁ ଜୀବନର ଗତି

ଦିନେ ଶେଷ ହେବ ସମୟ ଅବଧି ।


ପ୍ରାଣ ଶୂନ୍ୟ ଦେହ

ଛାଡି ମାୟା ମୋହ,

ମାଟି, ଅଗ୍ନି,ଆକାଶେ

ମାଗଣାରେ ମିଶେ

ତଥାପି ଏ ନର ଜ୍ଞାନ ଶୂନ୍ୟ ହୋଇ,

ଯନ୍ତ୍ରପ୍ରାୟ ଧାଏଁ ଅର୍ଥ ପ୍ରାପ୍ତି ପାଇଁ ।


ବିଷାକ୍ତ ସମ୍ପର୍କ

ସଦା ହୁଏ ତର୍କ,

ସ୍ନେହ, ଶ୍ରଦ୍ଧା,ପ୍ରେମ

ସବୁ ଏଠି ଭ୍ରମ

ତଥାପି ଏ ନର ମାୟା ଜାଲେ ବନ୍ଦୀ

ମୋହ ମିଥ୍ୟା ଡୋରେ ହୋଇଯାଏ ଛନ୍ଦି ।


ଭାବ ହୀନ ମନ

ଘୃଣିତ ନୟନ,

ଜିହ୍ୱା ରେ କଟୁତା

ହୃଦେ କଠୋରତା

ତଥାପି ଏ ନର ହୋଇ ଅଭିଶାପ୍ତ

ବୃଥା ସମ୍ପର୍କର ପଛେ ହୁଏ ବିପର୍ଯ୍ୟସ୍ତ ।


Rate this content
Log in