STORYMIRROR

ମିତା ପଟନାୟକ

Others

3  

ମିତା ପଟନାୟକ

Others

ସମ୍ପର୍କ

ସମ୍ପର୍କ

1 min
532

ତମକୁ ବୟାନ କରିବାକୁ କଣ ଲୋଡ଼ା ଏକ ସମ୍ପର୍କ

ତମକୁ ଉଚ୍ଚାରିବାକୁ କଣ ଆବଶ୍ୟକ ଏକ ନାମ ବାଚକ ବିଶେଷ୍ୟ

ତମେ ତ ଏକ ଅପହଞ୍ଚ ଦୂରତା

ଛୁଇଁ ହେଉ ନଥିବା ଅସମ୍ଭବ ଉଚ୍ଚତା :;;;


ତମ ମୋ ସମ୍ପର୍କ ବେଶୀ ନହେଲେ ବି

କିଛି କମ ତ ନଥିଲା

ପ୍ରତିଥର ତମ ଉଦ୍ଦେଶ୍ୟରେ ଟେକି ଦିଏ ଆଞ୍ଜୁଳା ଭର୍ତ୍ତି

ଅବ୍ୟକ୍ତ ଭାଷା ମାନଙ୍କୁ ଏଇ ଆଶାରେ

କାଳେ ତୁମେ ବୁଝିଯିବ ସେ ନୀରବ ଉଚ୍ଚାରଣର ଶବ୍ଦ ମାନଙ୍କୁ


ସମ୍ପର୍କ ଆଉ କଣ ଯେ

ପ୍ଲାଷ୍ଟିକ ଚମଡା ଢଙ୍କା ରଙ୍ଗ ବେରଂଗ ବେଲୁନ

ଛଡା ଆଉ କଣ ହେଇ ପରେ ଯେ

ଯେତେବେଳେ ଇଚ୍ଛା ଉଡ଼ିଯାଏ ପବନର ଅନୁକୂଳ ଗତିରେ

ସାଲିସ ବିହୀନ ଦସ୍ତାବିଜ ସମ ===


ସମ୍ପର୍କ ଏକ ନୀରବ ଉଚ୍ଚାରଣ

ଛନ୍ଦହୀନ ଆଚରଣ

ରଙ୍ଗ ଛଡା ଆବରଣ ====


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍