ସମ୍ପର୍କ
ସମ୍ପର୍କ
ବୁଢିଆଣୀ ଜାଲ
ତମେ ଆମେ ସମସ୍ତେ ଦେଖିଛେ ।
କେତେ ସରୁ ସରୁ ସୁତା ସବୁ
ସମ୍ପର୍କର କେତେ ନିବିଡତା ?
ସୁତାକୁ ସୁତା ଲାଗିଛି
ବୁଣିଛି ତା ଅପୂର୍ବ ବିନ୍ଧାଣୀ ।
ନିଜେ ରଚି ନିଜେ କରେ କ୍ରୀଡା
କ୍ରୀଡନକ ଅନ୍ୟ କେହି ନାହିଁ ।
କ୍ରୀଡା ତାର ସମାପ୍ତି ଘଟିଲେ
ଗିଳିଦିଏ ସେ ସୁତାକୁ ନିଜେ ।
ସମ୍ପର୍କର ଜାଲଟା ସେପରି
ଯୋଡିହୁଏ ଛିଡିଯାଏ ନିଜେ ।
ସମ୍ପର୍କଟା ଅତୀବ ସୁନ୍ଦର
ଯଦି ହୁଏ କ୍ଷୀର ଓ ନୀରର
ଅବା ଯଦି ହୁଏ କ୍ଷୀର ଓ କ୍ଷୀରର
କିମ୍ବା ନୀର ଓ ନୀରର ।
ସମ୍ପର୍କର ସେତୁ
କେତେ କୋମଳତା ତହିଁ
ଦୃଢ ହୁଏ ସମ୍ପର୍କ ଦୁଇଟି
ଯଦି ତହିଁ ଆବିଳତା ନାହିଁ ।
ସମ୍ପର୍କର ମାନେ ବହୁ କିଛି
ପୁଣି ସମ୍ପର୍କର ମାନେ କିଛି ନାହିଁ
ଯିଏ ତାକୁ ନେଇଛି ଯେପରି
ସମ୍ପର୍କଟା କ'ଣ କାହାପାଇଁ।
ମଣିଷର ମଣିଷ ସହିତ
ସମ୍ପର୍କ ତ ଅତି ପୁରାତନ
ହୃଦୟର ସ୍ପନ୍ଦନ ସମ୍ପର୍କ
କେବେହେଁ ତା ନ ହୋଇବ ଛିନ୍ନ ।
