STORYMIRROR

SADASIBA NAYAK

Others

3  

SADASIBA NAYAK

Others

ସମ୍ପର୍କ ସୌଧ

ସମ୍ପର୍କ ସୌଧ

1 min
202

ସମ୍ପର୍କଟିଏ ଗଢ଼ିବାର ଆଶାରେ

ଅତି ସନ୍ତର୍ପଣରେ ମନ ସହ ମନ ମିଶାଇ

ଦରକାରୀର ଆବଶ୍ୟକତା କୁ ପୂରଣ କରି

ବିଶ୍ବାସ ଓ ଭଲ ପାଇବାକୁ ବଜାୟ ରଖି

ଅସମୟରେ ଉପକାର ର ହାତ ବଢ଼ାଇ

କୋମଳ ମୁଲାୟମ ସୌଧଟିଏ ଗଢ଼ି ତୋଳିଲି


ସହିପାରିଲାନି ଏକ ମୃଦୁ ଅଭିମାନୀ ବାଆ

ଦୋହଲାଇ ଦେଲା ତାର ଅଶକ୍ତ ମୂଳଦୁଆ

ଫସ୍ କାଏ ରାଗ ଦ୍ବେଷ କବଳିତ କରିଦେଲା

ଇଟା, ପଥର,ବାଲି, ଗୋଡି, ସିମେଣ୍ଟ ସଭିଙ୍କୁ

ସ୍ବାର୍ଥପରତାର ଦଲକାଏ ପବନରେ

ସୌଧଟି ଭୁଷୁଡିଗଲା ବିନା ଶବ୍ଦରେ....

***

ତାପରେ….......

ରାଗକୁ ଦ୍ଵେଷ ସହ ମାନକୁ ଅଭିମାନ ସହ

ଭଲକୁ ମନ୍ଦ ସହ। କାନ୍ଦକୁ ଦୁଃଖ ସହ

ବିଶ୍ୱାସର କଷଟି ପଥରରେ କଷି

ସ୍ନେହର ମୂଳଦୁଆ ଉପରେ

ସୁନା ଇଟାସହ ପ୍ରେମ ର ଯୋଡେଇରେ

ଠିଆ ହେଲା ସମ୍ପର୍କର ଅଟ୍ଟାଳିକା

ହାର ମାନିଲା ମହା ପ୍ରଳୟ ବାତ୍ୟା

ଜନମ ଜନମ ପାଇଁ ସାଥିଟିଏ ହୋଇ

ସୌଧଟି ଠିଆ ହେଲା ମୁକସାଖି ହୋଇ।


Rate this content
Log in