ସମ୍ପର୍କ ର ନୂଆ ମୁହଁ
ସମ୍ପର୍କ ର ନୂଆ ମୁହଁ
1 min
137
ସମ୍ପର୍କରେ ନୂତନତ୍ବ ଆନନ୍ଦ ପ୍ରଦୟକ,
ହୃଦ ସ୍ପନ୍ଦନ ର ସ୍ଵର ଉଷ୍ମତା ଦାୟକ ।
ସ୍ଵପ୍ନ ର ଆଢ଼ୁଆଳେ ବାସ୍ତବ ରୂପାୟନ,
ଦ୍ଵନ୍ଦ ଉପୁଜଇ ମନେ ଶରୀର କମ୍ପନ।
ଚୟନ ବି ଭ୍ରାନ୍ତଭରା ମଳୟର ତାତ୍ସଲ୍ୟ,
ଇଙ୍ଗିତରେ ଉଭା ପ୍ରେମ ନୟନରେ ବାତ୍ସଲ୍ୟ ।
ସମ୍ପର୍କ ର ନବ ସେତୁ ଉନ୍ମୋଚିତ ଭାବନା,
ଉନ୍ମାଦ ର ଅଙ୍ଗୀକାର ଦୃଢିଭୂତ କାମନା ।
ପୁଞ୍ଜିଭୂତ ଆଶା କରେ ରୋମାଞ୍ଚିତ ଶରୀର
ମାଦକତା ଚାଲି କୁହେ ତୁମେ ଏକା ମୋର ।
