ସମ୍ପର୍କ ର ଦ୍ଵନ୍ଦ
ସମ୍ପର୍କ ର ଦ୍ଵନ୍ଦ




ଧନ୍ୟ ପ୍ରଭୂ ତୁମ ମାନବୀୟ ଲୀଳା ଦେଖିଲେ ଲାଗୁଚି ହସ
ଧନ୍ୟ ମହାଲକ୍ଷ୍ମୀ ଜଗତ ଜନନୀ
ଭାଙ୍ଗି ଦେଲେ ତୁମ ରଥ
ରଥରେ ବସିଲେ ନଣନ୍ଦ ସାନ୍ତାଣୀ
ଭାଉଜ ମନରେ ରାଗ
ଭଗବାନଙ୍କର ଲୀଳା ତ ଏମନ୍ତ
ଆମେ ତ ଛାର ମାନବ
ପତ୍ନୀ ଦେବୀଙ୍କର ମାନଭଞ୍ଜନ
କରିଲେ ଜଗତ ନାଥ
ଭାଉଜ ନଣନ୍ଦ ସମ୍ପର୍କର ଦ୍ଵନ୍ଦ୍ୱ
ଜଗତେ ହେଲା ବିଖ୍ୟାତ
ସେହି ଦିନୁଁ ବୋଧେ ନଣନ୍ଦ ଭାଉଜ
ସମ୍ପର୍କେ ପଡ଼ିଛି ଦ୍ଵନ୍ଦ୍ୱ
ଜଗତ ଜନନୀ ସେ ଦ୍ଵନ୍ଦ୍ୱ ରେ ବନ୍ଧା
ଆମେ ତ ମାୟା ମାନବ