STORYMIRROR

subrat kumar jena

Others

3  

subrat kumar jena

Others

ସମ୍ପର୍କ ମାତ୍ର ଅଢେଇ ଦିନର

ସମ୍ପର୍କ ମାତ୍ର ଅଢେଇ ଦିନର

1 min
439

ରେ ଅମୃତର ସନ୍ତାନ ତୁ ପରା ଈଶ୍ୱରଙ୍କ ଶ୍ରେଷ୍ଠ ଦାନ

କାହିଁ ରଖୁ ନାହୁଁ ଦିନ ଦୁଃଖୀ ପ୍ରତି ସେବା ଭାବର ମନ

ତୋ ଜୀବନ ଏକ ସାରୁ ପତ୍ରେ ଢଳ ଢଳ ଜଳ ପରି

ଏବେ ଅଛୁ ପାରିବୁନି ଜାଣି କେବେ ଯିବୁ ପାତ୍ରରୁ ତୁ ସରି

ଅଢେଇ ଦିନର ବଢ଼େଇ ଅଟୁ ଯେ ତୁ ମିଛେ କର ନାହିଁ ଗର୍ବ

କାଳ ଅହମିକାରେ ସବୁ ତୋର ଗର୍ବ ହୋଇଯିବ ଦିନେ ଖର୍ବ

ସକାଳୁ ତୁ ଉଠି ନମ୍ର ଭାବ ଧରି ସୁମରିଲନି ଦିନେ ପ୍ରଭୁ ନାମ

ବିପଦେ ପଡିଲେ କାହିଁ ଚିତ୍କାର କରୁ ରକ୍ଷା କର ହେ ଶ୍ୟାମ

ସମ୍ପର୍କ ଆରମ୍ଭିଲା ସେ ଦିନୁ ମା ବାପ କରିଥିଲେ ଆମକୁ ଜାତ

ଶିକ୍ଷା ଦେଇ ଗୁରୁ ଦୁନିଆର ରୀତି କରିଥିଲେ ଯେବେ ଜ୍ଞାତ

ପ୍ରଣୟ ସମ୍ପର୍କ ଆରମ୍ଭିଲା ପତ୍ନୀର ଆପଣାର ଭାବ ଫାସରେ

ପିଲା ଛୁଆ ଜନ୍ମି ମୋହେ ବନ୍ଧା ହୋଇ ସର୍ବେ ମଜିଲେ ନିଜ ଭିତରେ

ପୂର୍ବ ସମ୍ପର୍କ ସବୁ ଯେତେ ବନ୍ଧା ପଡିଲା ରାସ୍ତା ଘାଟରେ

ଅଳନ୍ଦୁ ଭରା ଦିଶେ ଜୀବନ ସଫେଦ ଆଇନା

ବିଶ୍ୱାସ ଅବିଶ୍ୱାସ ଖେଳରେ ଆଇନାରେ ମୁହଁ ଦେଖି ହୁଏନା

ଆଢେଇ ଦିନ ଯେ କେବେ ସରିଯିବ ଏକଥା ପଡେନା ଜଣା

ସବୁ ସମ୍ପର୍କକୁ କାଟି ଦିନେ ମନ ପକ୍ଷୀ ହୋଇଯିବ ବାଟ ବଣା

ସମ୍ପର୍କ ଅଢେଇ ଦିନରୁ ସବୁ କଟି ଶେଷେ ରହିଯିବ ଖାଲି ଅ

ରେ ମନ କିଛି ପ୍ରଭୁ ସମ୍ପର୍କରେ ମାତି ନାମକୁ ତାର ଟିକେ ଧ ।।।।।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍