STORYMIRROR

Pranati Panda

Others

3  

Pranati Panda

Others

*ସମ୍ମାନ*

*ସମ୍ମାନ*

1 min
13.5K


ନାରୀ ଠାରୁ ଯଦି ଜନ୍ମିଛ ସଂସାରେ
ନାରୀ ଙ୍କୁ ଚିହ୍ନିବା ଶିଖ,
ନାରୀ ନାରାୟଣୀ ଘର ର ଘରଣୀ
ଝିଅ ଙ୍କ ସୁନ୍ଦର ରୂପ।
ଝିଅ ର ସୁନ୍ଦର ମନ ଟିକୁ ଦେଖ
ନ ଦେଖ ସୁନ୍ଦର ଅଙ୍ଗ,
ନିଜ ମନଟିକୁ ଅସଂଜତ କରି 
କାହିଁ କର ଅଙ୍ଗ ଭଙ୍ଗ।
ପାଞ୍ଚ ମନ ଯଦି ପଚିଶ ପ୍ରକୃତି
ସେପରି ପୁଅ ଓ ଝିଅ,
ସବୁ ପୁଅ ଝିଅ ସମାନ ନଥାନ୍ତି
ଏକଥା ବି ଜାଣିଥାଅ।
ଯେଉଁ ଝିଅ ତୁମେ ବାରାଙ୍ଗନା ରୂପେ
ଉପଭୋଗ୍ୟ କରି ଜିତ,
ସେହି ବାରାଙ୍ଗନା ଅଗଣା ର ମାଟି
ଦୁର୍ଗା ମା ରୂପେ ପୂଜିତ।
କୁଆଁରୀ ରୂପ ରେ ଯେଉଁ ଦେବୀ ପୂଜ
ପ୍ରତିମା କୁଆଁରୀ ଲାଗେ,
କୁଆଁରୀ ଝିଅ ଟି ଅଟେ ସେହି ପରି
ସମସ୍ତଙ୍କ ଦୃଷ୍ଟି ଜାଗେ।
ଦେବୀ ରୂପେ ଯଦି ପୂଜୁଛ ପ୍ରତିମା
ନାରୀ ଙ୍କୁ ସମ୍ମାନ କର,
ପରସ୍ପର ରୂପେ ସୃଷ୍ଟି ମଧ୍ୟେ ଗଢ଼ା
ଅମୃତମୟ ସଂସାର।
- ପ୍ରଣତି ପଣ୍ଡା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍