STORYMIRROR

pratap nayak

Others

3  

pratap nayak

Others

ସମ୍ଭାବନା

ସମ୍ଭାବନା

1 min
112


ନିରିମାଖୀ ବୟସର ସିଜୁବାଡ

ମସ୍ତବଡ ଭୁଲ କଲାନିତ?

ଅର୍ଗଳି ଅର୍ଗଳୀ ଧୂମୀଳ ଆସ୍ତରଣ

ଘେରିଛି ସତେକି ନିଦାଘ ଶ୍ରାବଣ......


ଠଉରେଇ ପାରିବାର ଦୁର୍ବାର ଅଭିପ୍ସା,

ସଂଜ ସଂଜ ଆଖିରେ କାମୁକତା ଲୋଭ.......

ପର ଭାଡିରେ ମହକର ସଂଚାର .....

ଏମିତି ଅନେକ ଆଶାର ସମ୍ଭାବନା,

ଅନେଇଛି କାହିଁ କେଉଁଦିନୁ ......


ବର୍ଷିବ ବର୍ଷିବ ପୁଣି 

ଛାତି ବି ପୁରିବ ,

ପୁରିବ ମଧ୍ୟ ଜଂଘ....

ମହଣ ମହଣ ଘିଅ ପିଠିଆ ଚଉତରା....

ତୀର୍ଯ୍ୟକ କିରଣ ପଡି ଆଡମରା ହେବ ,

ଆଡମରା ଗାଇପଲ ,

ଢୋଲ ମାଦଳର ଗହଳିରୁ 

ଭସେଇବ ଉଆଁସୀ ଚାନ୍ଦକୁ.....


ଅପଋପ ମତୁଆଲା 

ଋପରାଇଜର ରାଜକୁମାରୀ ସେ

ଓହ୍ଲେଇବ ରିମଝିମ୍ କୁହୁକ ବଜେଇ.....

ମୋହିବ ତନୁମନ 

ସଜେଇବ ବନ୍ଧବାଡ ଅମରି ବଣରୁ ....

ସଜଳ ଆଖିପତା ନିରବ ଓଠରୁ 

ଚୁମୁଥିବ ମୁକ୍ତା ମୁକ୍ତା ହସ .....


ଭରିବ ଅହ୍ମାର ପୂରିବ ଆଶ୍ଳେଷ

ଚିର ସବୁଜିମା ଋତୁବତୀ ହେବ

ମନ ଗହଣାରେ ସଜେଇ ନିଜକୁ 

ଦାଣ୍ଡବାଡୀ ଆଦି ସିଏ,

ଖୋଜି ବୁଲୁଥିବ

ସିଏ ଖୋଜି ବୁଲୁଥିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍