STORYMIRROR

Sushree sangita Swain

Others

3  

Sushree sangita Swain

Others

ସମାପ୍ତ ସମ୍ଭାବନା

ସମାପ୍ତ ସମ୍ଭାବନା

1 min
256

ବରାବର ତୁମକୁ କ୍ଷମା କରିଦେବା ବେଳେ

ମନରେ ବିଶ୍ୱାସ ବାନ୍ଧେ ପୁନରାବୃତ୍ତି ହେବନି କାହାଣୀର

ଅଥଚ ପୁଣି ନୂଆ ଢଙ୍ଗରେ ତୁମ ବାକ୍ୟ ବାଣରେ

ଛିଣ୍ଡାଇଦିଅ ହୃଦୟର ଶିରା ପ୍ରଶିର କୁ

ଆଘାତ ଦେଇ ମୋତେ ତୁମେ ଯଦି ହୁଅ ଖୁସି

କରିବିନି ପ୍ରତିବାଦ ପାଷାଣୀ ପାଲଟିଯିବି

ଭାବପ୍ରବଣତା ର ଖୋଳପା ଖୋଲିଦେବି ସ୍ତର ସ୍ତର କରି

ତୁମ ଆଚରଣ ଆଉ ଉଚ୍ଚାରଣ ବ୍ୟଥିତ କରିବା ଆଗୁ

ପାଲଟିଯିବି ମୁକ,

ଆମ ସମ୍ପର୍କ ର ରାସ୍ତା ଲମ୍ବିଚି କେଉଁ କାଳରୁ

ସରିବ କେଉଁଠି ନାହିଁ ଜଣା,

ମିଛରେ କାହିଁକି ଶାନ୍ତ୍ବନା ଦେବି ନିଜକୁ

ପୁଣି ଏକ ସମ୍ଭାବନାର ବୀଜ ରୋପଣ ଲାଗି ଚାଁହୁନି ମୋ ମନ,

କାହିଁକି କେଜାଣି ଶରୀର ସହିତ ଶରୀର ମିଳନ ପାଇଁ

ଆତ୍ମା ଦେଉନି ସମର୍ଥନ !!!!!


Rate this content
Log in