ସମାଜରୁ ଆବିଳତା ପ୍ରବେଶ ଶିଶୁ ହୃଦୟର
ସମାଜରୁ ଆବିଳତା ପ୍ରବେଶ ଶିଶୁ ହୃଦୟର
ମନୁଷ୍ୟର ସ୍ଵଭାଵ ଜନ୍ମରୁ ପବିତ୍ର ସ୍ୱଚ୍ଛତା, ହୁଏ
ପରିବର୍ତ୍ତନ ବୃଦ୍ଧି ହେଲେ ବୟସର
ଶିକ୍ଷା ପାଇ ଶିଶୁ ସମାଜରୁ, ଆବିଳତା ପ୍ରବେଶ
କରଇ ନିର୍ମଳ ହୃଦୟେ ତାର ।
ସ୍ୱାର୍ଥର ଆବିଳତା ପଶିଲେ କେତେ ବେଳେ ସିଏ
କେତେ କରି ଥାଏ ତ ବାହାନା
ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟକୁ ପାଳନ କରିବାକୁ
କରି ଥାଏ ବିଭିନ୍ନ ପ୍ରକାର ଛଳନା ।
ପୁରାଣରୁ ଜାଣିଛେ ଆମେ ବିମାତା ଯେ ଦିନ ଧ୍ରୁବଙ୍କୁ
ଓଲ୍ଲାଇ ଦିଅନ୍ତି ପିତାଙ୍କ କୋଳୁ
ଦୁଃଖରେ ପୀଡିତ ବାଳକର ଚିତ୍ତ ହୋଇ ନଥିଲାକି
ଜର୍ଜ୍ଜରିତ ଛୁଆ ସମୟ ବେଳୁ।
ସେହି ଜର୍ଜ୍ଜରିତ ଭାବନା ଦିନକୁ ଦିନ ବୃଦ୍ଧି ହୋଇଲେ,
ଯେତେ ହୁଅ ତୁମେ ସାବଧାନ
ଶିଶୁକୁ ଅବହେଳା, ଅଘଟଣ ଘଟାଇ ସମାଜରେ
ବୁଡ଼ାଇବା ଭେଳାର ହୁଏ କାରଣ ।
ଶୂନ୍ୟତା ଆବିଳତା ଭରିଲେ ଶିଶୁର ମନ ମୂର୍ମୁଷ
ହୁଅଇ ଶାନ୍ତି ଭକ୍ତିର ମାର୍ଗ ବାଛି ପାରବନି
ମାନ ଅଭିମାନ ହିଂସା ଛାଡ଼ି ପର ଆପଣାର ଭେଦ
ଭାବ ଭୁଲି ସଭିଙ୍କୁ, ଖୁସି ବାଣ୍ଟି ପାରିବନି ।
ସ୍ୱାର୍ଥ ପର ହୋଇ କାଟେ ଭାଇ ଭଉଣୀ, ବାପା
ମାଆ ଓ ଅନ୍ୟ ସମ୍ପର୍କର ସ୍ନେହର ଡୋରି
ବନ୍ଧୁଠାରେ ବନ୍ଧୁ ସ୍ୱଚ୍ଛତା ନରଖେ, ତ୍ୟାଗୀ ଓ ସତ୍ ପଥେ
ରହିଵା ଲୋକ ରୁହେ ନିଜେ ନିଜ ଧରି ।
ସ୍ବାର୍ଥପର ହେଲେ, ନିଜ ସ୍ବାର୍ଥ ପାଇଁ କରନ୍ତି ଲଢେ଼ଇ
ଭଲ ପାଇବା ହୁଏ ଖାଲି ଛଳନା
ସଂସାରୀର ପଥ ନୁହଁଇ ସହଜ, ପାଦେ ପାଦେ କଣ୍ଟା
ପଥ ବିବେକୀ ହୋଇଲେ ନହେବ ବାଟବଣା ।
ସମୟ ଗଡୁଛି, ଏ ତ ଚିରନ୍ତନ ସତ୍ୟ, ତା ସହିତ ତାଳ
ଦେଇ ଯୁଗ ଯାଏ ତ ବଦଳି
ମାନବିକତାର ହ୍ରାସ ଘଟୁଥିଲା ଘଟିବ ରାଜୁତି କରୁ
ଦ୍ୱାପର, ତ୍ରେତୟା, ସତ୍ୟ ଅବା କଳି ।
ଏହି ଗଭୀର ତତ୍ତ୍ୟକୁ ଆଖିରେ ରଖି, ଆଇ. ପି. ସି.,
ପିଂଗଳ କୋଡର 82 ଓ 83 ଧାରାରେ
ଦଣ୍ଡର ବ୍ୟବସ୍ଥା ରଖା ହୋଇ ନାହିଁ, ପବିତ୍ର ବାଳୁତ
ମାନଙ୍କ ମନରେ କ୍ରିମିନାଲ ଇଣ୍ଟେଟ୍ ଯେହେତୁ ନାହିଁରେ ।
ଦୀପାବଳୀ ଆମ ଆଲୋକର ପର୍ବ ତମ ଅନ୍ଧକାର
ଦୂର କରି ପ୍ରୀତିର ଆଲୋକ ଜାଳିବାର ଦିନ
ଅମୃତ ସମୟେ ନିଜ ନିଜ ସ୍ଵାର୍ଥ ଭୁଲି, ପ୍ରେମର ଦୀପାଳି
ଜାଳି ପବିତ୍ର ହୃଦୟେ କରିବା ଜ୍ଞାନ ଆଲୋକର ବର୍ଷଣ ।
