STORYMIRROR

Arundhati Senapati

Others

3  

Arundhati Senapati

Others

ସ୍ମାଇଲ୍ ପ୍ଲିଜ୍

ସ୍ମାଇଲ୍ ପ୍ଲିଜ୍

1 min
11.7K

ଜୀବନରେ ସୁଖ, ଦୁଃଖ,ଉତ୍ଥାନ,ପତନ ଦେଇ

ଗତି କରୁ କରୁ ଆଜି ହସଟିଏ ବି ଅଲୋଡା ।


ଯିଏ ବି ଆଗନ୍ତୁକ ଆଗତ

ଜୀବନରୁ ସତ୍ତ୍ଵ ଟିକକ ନେବା ଆଶାରେ

ଜୀବନରେ କିଛି ଭରି ଦେବା ପାଇଁ ନୁହେଁ ।


ଏତେ ଭିଡ ଭିତରେ ବି ଏକା

ଆଶାର କିରଣ ପଛରେ

ଧାଇଁବାକୁ ବି ଲାଗେ ଭୟ।


ଏଣୁ ତେଣୁ ଭାବନା ମଧ୍ୟରେ ଛନ୍ଦି ହୋଇଥିବା ବେଳେ

ପାଖରୁ ଏକ କୁନି ସ୍ୱର କହୁଥିଲା ସ୍ମାଇଲ୍ ପ୍ଲିଜ୍......


ଆଡ ଆଖିରେ ଚାହୁଁ ଚାହୁଁ ନଜରରେ

ଏକ ଛୋଟ କଳି ସଦୃଶ ଝିଅଟିଏ

ବାପା-ମାଆ ଦୁହିଁଙ୍କୁ ଫୋଟୋ ଉଠେଇଲା ବେଳେ କହୁଥିବାର ଦେଖିଲି।


ତା' ବାଳ ସୁଲଭତାକୁ ଦେଖି

ମୋ ଓଠରେ ମଧ୍ୟ ଅନାୟସରେ

ହସଟିଏ ଉକୁଟି ଆସିଥିଲା ।


ଜୀବନର କଷଟି ପଥର ମଧ୍ୟରେ

ଯିଏ ହସିବା କ'ଣ ଭୁଲିଥିଲା

ସେ ଆଜି ହସୁଛି !


କେହି ଯେପରି ମୋ ଅଜ୍ଞାତରେ କହୁଛି

ହସିବାକୁ କୌଣସି ବାହାନା ନୁହେଁ

ନିଜକୁ ଓ ନିଜର ମନକୁ ପ୍ରତିଟି ପରିସ୍ଥିତିରେ ଖୁସି ରଖିବା ଶିଖ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍