STORYMIRROR

PRABHAS KUMAR MOHAPATRA

Others

3  

PRABHAS KUMAR MOHAPATRA

Others

ସମାଧାନ

ସମାଧାନ

1 min
222

ସେ ଦିନ ଚିନ୍ତାରେ ପଡ଼ିଥିଲି ମୁହିଁ

ଲାଗୁଥିଲା ଭାରି ଡର ।

ଯେ ମନ କହିଲା ଯେ ପାରିବୁ ତୁହି

ସମାଧାନ କରି ତର ।।୧


ଆସିଲେବି ଯେତେ ଝଡ଼ ଝଞ୍ଜା ପଛେ

ନ ଯିବୁ କେବେ ଡରି ।

ଦୃଢ ମନ ବଳେ ଜଗତ ଜିଇଁବୁ

ଯିବୁ ନାହିଁ କେବେ ହାରି ।।୨


ସେ ଦିନ ବୁଝିଲି ଜାଗ୍ରତ ଯେ କଲି

ଅନ୍ତର ରେ ଥିବା ଶକ୍ତି ।

ସମାଧାନ ବାଟ ସେଦିନ ପାଇଲି

ଶୁଣିଲି ଯେବେ ମୋ ଉକ୍ତି ।।୩


ଜାଣିଲି ସେଦିନ ନାହିଁ ଦୁନିଆରେ

ଆତ୍ମ ବଳ ପରି ବଳ ।

ଦୃଢ ମନ ବଳେ ଜିତି ହେବ ସବୁ

ଲାଗିବ ମିଠା ସକଳ ।।୪



Rate this content
Log in