STORYMIRROR

Sudipta Behera

Others

4  

Sudipta Behera

Others

ସ୍କୁଲବେଳ

ସ୍କୁଲବେଳ

1 min
377

ମନେପଡେ ଆଜି ମୋ ସ୍କୁଲବେଳ

ଖାତା ବହି ପେନ୍ ସ୍କୁଲ ଛୁଟି ଖେଳ.

ଆହେ ଦୟାମୟ ବିଶ୍ଵ ବିହାରୀ

ତୁମ ବାରି ଆଡ଼େ ଶାଗ କିଆରି.

ପଣ୍ଡିତ ସାର୍ ଙ୍କ ଚଷମା ଆଖି

ବାଳକ ଶବ୍ଦର ନିତି ଆବୃତ୍ତି.

ଗଣିତ ସାର୍ ଙ୍କୁ ଲାଗଇ ଡର.

ଜୋର୍ରେ ଦେବେ ସେ ବେତ ପାହାର.

ସାଙ୍ଗସାଥିଙ୍କର ଚଗଲା ବୁଦ୍ଧି

ବେଞ୍ଚ ତଳେ ଖଟା ବଣ୍ଟା ବଣ୍ଟି.

ହେଡ ସାର୍ ଙ୍କ ଆଖି କାଟି ଦେବ ତଣ୍ଟି.

ବ୍ଲାକବୋର୍ଡରେ ପେଟର ଚିତ୍ର

ସଭିଏଁ କହନ୍ତି ପଣ୍ଡିତ ସାର୍ ଙ୍କର.

ଏକ୍ ଦୋ ଏକ୍ ଦୋ

ପିଇଟି ସାର୍ ଙ୍କ ପରେଡ୍ ଶୋ.

ଦି ଫାଳିକିଆ କମକୁଟା କେଶ

ବଢ଼ିଆ ମାନଇ ମୋଟା ଲମ୍ବା ନିଶ.

ଶନି ବାର ଦିନ ସକାଳ ବ୍ୟାୟମ

ଚଗଲାମି ସବୁ ହୁଏ ବ୍ୟାନ୍.

ସାହିତ୍ୟ ସାର୍ ଙ୍କ ବ୍ୟାକରଣ ପାଠ

ବିଶେଷ୍ୟ ବିଶେଷଣ ସର୍ବ ନାମ ବାକ୍ଯ.

ବହି ତଳେ ଖାତା, ଖାତା ତଳେ ଏମ୍. ବି. ଡି

ଲେଖି ଲେଖି ସବୁ ହୋମ୍ ୱର୍କ କମ୍ପ୍ଲିଟ୍.

ସାଙ୍ଗ ମାନେ ମୋର ପୁରା ସୁନାପିଲା

ସାର୍ ଙ୍କ ପାଖେ ହୁଅନ୍ତି ଗେହ୍ଲା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍