STORYMIRROR

Arendra Kumar

Others

3  

Arendra Kumar

Others

ସକଳ ଘଟେ ନାରାୟଣ

ସକଳ ଘଟେ ନାରାୟଣ

1 min
163

ଅଧର୍ମୀ ମନରେ ଧାର୍ମିକ ହୃଦରେ

ସବୁଠି ତୁମରି ସ୍ଥାନ

କର୍ମ ଘେନି ଫଳ ଭରି ଭାଗ୍ୟଥାଳ

ସୁଖ ଦୁଃଖ କର ଦାନ


ପୂଣ୍ୟାତ୍ମା ଜପୁଛି ରାମ ନାମ ଜପ

ପାପାତ୍ମା ତୁଣ୍ଡରେ ମରା

ପୂଣ୍ୟାତ୍ମା ଚଢ଼ଇ ସରଗକୁ ସିଡ଼ି

ପାପୀ ଯାଏ ନର୍କ ପରା


କଚେରିରେ କହେ ନ୍ୟାୟର ବେପାରୀ

ନ୍ୟାୟ କିଣ ଟଙ୍କା ଦେଇ

ସିଏକି ବୁଝିଛି ଧରମ ନିକିତି

ଧରିଛନ୍ତି ଭାବଗ୍ରାହୀ


ମରିଗଲା ପରେ କୋକେଇରେ ଶୁଇ

ଶୁଣ ଯେବେ ରାମ ନାମ

ବଞ୍ଚିଥିବା ବେଳେ ସେହି ରାମ ନାମ

ନଜପି କର କୁକାମ


ଖାଲି ରାମ ନାମ ଜପିଲେ କିହେବ

ମନରେ ନଥିଲେ ଦୟା

ପର ଉପକାରେ ମନକୁ ନରଖି

ମନେ ଭରି ମୋହ ମାୟା


ପର ଉପକାର କରୁଥିଲେ ଜାଣ

ସାହା ହେବେ ଆର୍ତ୍ତତ୍ରାଣ

ସକଳ ଘଟରେ ଦାରୁ ମୁରତିରେ

ବିଜେଥାନ୍ତି ନାରାୟଣ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍