STORYMIRROR

Ajaya Kumar Mohanty

Others

2  

Ajaya Kumar Mohanty

Others

ସ୍ଵକୀୟା

ସ୍ଵକୀୟା

1 min
14K


ସ୍ଵାମୀ ଶୋଇଥାଏ ନିଶ୍ଚିତରେ

ତୁମେ ମଗ୍ନ ଗୁଗୁଲ୍ ମ୍ୟାପରେ।

ଜଶ୍ବନ୍ତପୁର ଷ୍ଟେସନ,

ଇନ୍ଦିରା ଗାନ୍ଧୀ ବିମାନ ବନ୍ଦର

ପହଞ୍ଚି ଯାଅ ଅଦେହରେ

ପ୍ରତୀକ୍ଷାର ଶେଷ ନାହିଁ

ନାମହୀନ ସମ୍ପର୍କର ପାଇଁ।

କେତେ ଅନ୍ତରଙ୍ଗ ହେଲେ

ସମ୍ପର୍କ ଅନାମ ହୁଏ

ସୀମା ସରହଦ ଡିଏଁ,

ଭଲମନ୍ଦ ମଣିଷ ବିଚାର

କେତେ ଯେ ରୂପ ପ୍ରେମର

ସଦା ରହେ ଅପୂର୍ଣ୍ଣ

ପରିବର୍ତ୍ତନ କରେ ବିଭୋର।

ହ୍ବାଟସ୍ ଆପ୍ ଫେସବୁକ୍

ଆଇଏମୋ ମେସେଞ୍ଜର

ସ୍କାଇପ୍ ଟ୍ବିଟର୍

ଟେଲିଫୋନ୍ ମୋବାଇଲ୍

ଆବେଗ ପ୍ରଗଳଭ କରେ,

ମୁହୂର୍ତ୍ତରେ ରଜନୀଗନ୍ଧାର ମହକ

ରାତି ମହଫିଲ୍ ରେ ଝୁମେ।

ମିନିଟ୍ ଘଣ୍ଟା ଦିନ

ସଂଜ ସକାଳ ରାତି

କାଲି ଆଜି ପରଦିନ

ସ୍ଵାମୀ ପିଲା ସଂସାର

ନାମ କାମ ବଦନାମ

ଉଛୁଳା ନଦୀ କି ବୁଝେ

କୂଳ ଲଂଘିବା ବେଳାରେ।

ବେଗମତୀ ଇଚ୍ଛାର ସେ ରାଣୀ

ଲେଖେ ନିଜ ସୁଖର କାହାଣୀ।

ଅଜୟ କୁମାର ମହାନ୍ତି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍