ସକାଳର ଅପେକ୍ଷାରେ
ସକାଳର ଅପେକ୍ଷାରେ
ତୋତେ କେତେ ଶୁଣାଇବି ଧନ
ମୋର ଅନ୍ତର ତଳ ବେଦନା ସଙ୍ଗୀତ
ବ୍ୟଥାସିକ୍ତ କୋହର ଉଚ୍ଛ୍ବାସ
ତୋ ବିକଳ ଦେଖି,ଆଜି ବିଳପି ଉଠୁଛି ମୋ ମାତ୍ରୁତ୍ବ ।
ଏ ହାଡଭଙ୍ଗା ଶୀତରେ ବି
ଦେଇ ପାରୁନି ତୋତେ ଗରମ ପୋଷାକ ର ଉଷ୍ଣତା
ଦେଇ ପାରୁନି ତୁଳି- ତଳ୍ପ ନରମ ଶେଜ ର ସ୍ବଚ୍ଛତା
ସାମାନ୍ୟ କନ୍ଥଡା ଟେ ମଧ୍ୟ ସାତ ସ୍ବପ୍ନ ମୋ ପାଇଁ
ନିରବ ରାତ୍ରୀର ନିସ୍ତବ୍ଧ ପ୍ରହରେ
ମୋ ଛାତିରେ ଜାକିହୋଇ ନିଶ୍ଚୟ ଶୁଣି ପାରୁଥିବୁ ଧନ ମୋର
ମୋର ହ୍ରୁଦ ସ୍ପନ୍ଦନ ର ଟିକ୍ ଟିକ୍ ଶବ୍ଦ ଭିତରେ
କିପରି ଗୁମୁରି ଗୁମୁରି କାନ୍ଦୁଛି ମୋ ବାତ୍ସଲ୍ୟ ମମତା ।
ଲୋଡୁଛି ଟିକିଏ ଆଶ୍ରା ତୋ ସୁରକ୍ଷା ପାଇଁ ।
ତୋ ପିତା ର ତିନି ତାଲା ପ୍ରାସାଦ ଥାଇବି
ମୁଁ ଆଜି ସର୍ବ ହରା ହୋଇ ବସିଛି ଏ 'ଚା' ଦୋକାନ ବାରଣ୍ଡା ରେ।
ମୋତେ କେବେବି ଦୋଷ ଦେବୁନି ରେ ଧନ
ମୁଁ ଯଦି ଘର, ଧନ ମୋହରେ ପଡି
ଘର ଛାଡି ନଥାନ୍ତି ତେବେ
ତୋତେ ହରାଇ ଥାନ୍ତି ରେ ଧନ ସବୁ ଦିନ ପାଇଁ
ତୁ କହ ସୁନା ମୋର
ତୁ କଣ କ୍ଷମା କରି ଥାନ୍ତୁ ମୋତେ?
ମୋ ମାତ୍ରୁତ୍ବ, ମୋ ନାରୀତ୍ବ କଣ କ୍ଷମା କରିଥାନ୍ତା ସତେ??
ସେଦିନଦି'ମାସ ତଳେ
ତୋ ଜନ୍ମ ଦିନ ରାତିରେ ଶୁଣି ପାରିଲି
ତୋ ପିତା, ଜେଜେବାପା, ଜେଜେମାଆ ଙ୍କ ମିଳିତ ଗୁପ୍ତ ଷଡଯନ୍ତ୍ର
ତୋତେ ନେଇ ଫିଙ୍ଗି ଆସିବେ କେଉଁ ଏକ ରାସ୍ତା କଡ ରେ
ମୋ ସମ୍ମୁଖ ରେ ମ୍ରୁତ ଘୋଷଣା କରିଦେଇ ।
ତୋର ଦୋଷ କଣ ଥିଲା ଜାଣିଛୁ କି ଧନ
କାରଣ
ତୁ ଅଟୁ କନ୍ୟା ଶିଶୁଝିଅ ଟିଏ ।
ତାପରେ ତୋତେ ଧରି ପଳାଇ ଆସିଛି
ଦୁଇ ମାସ ହେଲା ଏ ଦୋକାନ ବାରଣ୍ଡା ହିଁ ଆମ ଆଶ୍ରା
ତୁ ଜାଣିଛୁ ଝିଅ "ଗରିବ ମାଇପ ସବୁରି ଶାଳୀ '
ଦିନ ରେ ପାଗଳୀ କହି 'ଟେକା ମାଡ'
ରାତିରେ ସୁନ୍ଦରୀ କହି 'ଟୋକା ମାଡ' ସହି
ମୋ ପଣତ ଆଜି ସାତ ଚିରା
ସେଇ ଚିରା ପଣତ ଟି ଆଜି ତୋତେ ଆଲିଙ୍ଗନ କରି ଗାଉଛି
ସମାଜ ର ବର୍ବରତା ର ଲୋରୀ
ପଣତର ଗୋଟିଏ ଗୋଟିଏ ଛିଦ୍ର ଶୁଣାଉଛି
ନାରୀ ଅତ୍ୟାଚାର ର ଗୋଟିଏ ଗୋଟିଏ ନିଷ୍ଠୁର କାହାଣୀ।
ଦେଖ୍ ଝିଅ
ତୋ ଖୋଲା, ଶୀତ ବତୁରା ଦିହ କୁ ଦେଖି,
କିପରିଆକାଶ ଟା ତା ଦୂ8ଖ ସବୁ ଝାଡି ଦିଏ
ଟୋପା ଟୋପା କାକରର ଲୁହ ହୋଇ
ଭିଜାଇ ଦେଉଛିଦୋକାନ ଛାତ ରାସ୍ତା କଡ ।
ସେ ଲୁହ ର ନଈ ରେକାଗଜ ଡଙ୍ଗା ପରି ଭାସୁଛି
ମୋ ସ୍ବପ୍ନ, ମୋ ମମତା ବୋଳା ଧୋ ବାୟା ଗୀତ ।
ହେଲେ
ଏ ଲୁହ ନଈ ର ବନ୍ୟା ରେ ଭାସି ଯିବୁନି ଲୋ ଝିଅ ମୋର
ହରାଇ ଦେବୁନି ଦମ୍ଭ ।
ରାସ୍ତା କଡ ଧୁଳି ମାଖିଲେ ବି ତୁ ନିଶ୍ଚେ ବଡ ହେବୁନା ।
ନଇବୁନି ମଥା ତୋର ସମାଜ ର ବର୍ବରତା ଆଗେ,
ଲକ୍ଷ୍ମୀ, ସରସ୍ଵତୀ ଗୁଣେ ଅଦ୍ବୀତିୟା ହୋଇ ବାଣ୍ଟିବୁ ମମତା ଓ ଶ୍ରଦ୍ଧା
କିନ୍ତୁ ମାଆ ମୋର
ସୀତା ଙ୍କ ପରି ମଥାପାତି ସହିବୁନି ନିର୍ଦୋଷ ରେ ନିର୍ବାସନ ଦଣ୍ଡ
ପ୍ରତିବାଦ କରିବୁ ଅନ୍ୟାୟ ର
ମହାକାଳୀ ରୁପ ଧରି ସଂହାର କରିବୁ
ସମାଜ ରେ ନାରୀ ଜାତି ପ୍ରତି ହେଉଥିବା ଅତ୍ୟାଚାର ର
ଧଂସ କରିବୁ ଯୌତୁକ ରାକ୍ଷସ କୁ
ଚିରିଦେବୁ କନ୍ୟା ଭ୍ରୁଣ ତଥା କନ୍ୟା ଶିଶୁ ର ହତ୍ୟା କାରୀ ର ଛାତି
ପାଦ ରେ ଦଳିଦେବୁ ମା ଧର୍ଷଣ କାରୀ ର ଶକ୍ତି
ଶେଷ କରିଦେବୁ ନିର୍ଯ୍ୟାତନା ର କାଳରାତ୍ରୀ।
ସେଇ ଶୁଭ ସକାଳ ର ନବ ସୂର୍ଯ୍ୟ ଙ୍କ ଲୋହିତ କିରଣ ଗାଇବ
ସମଗ୍ର ନାରୀ ଜାତି ପାଇଁ ସ୍ବାଧିନତା ର ଜୟଗୀତି ।
ମୋ ସବୁ ସ୍ବପ୍ନ କୁ ସାକାର କରିବା ଦାୟିତ୍ଵ ତୋତେ ଦେଇ
ମୁଁ ଏ ଦୋକାନ ବାରଣ୍ଡା ରେ ବସିବସି ଅପେକ୍ଷା କରବି
ସେଇ ଶୁଭ ସକାଳ କୁ
ସେଇ ଶୁଭ ସକାଳ କୁ।।
*****************************
ଆହ୍ଲାଦିନୀ ପାଣିଗ୍ରାହୀ ଦାଶ, ବଲାଙ୍ଗୀର, ସଇଁତଲା
