STORYMIRROR

Biswanath Nayak

Others

4  

Biswanath Nayak

Others

ସକାଳ -------

ସକାଳ -------

1 min
407

ଭାରି ଭଲ ଲାଗେ

ସକାଳୁ ସକାଳୁ

ସିନ୍ଦୁରା ଯେବେ ଫାଟେ,

ଶମ୍ଭୁଆଳେ କମ୍ବୁ

ଶବଦ ଶୁଭଇ

ଚନ୍ଦନ ବାସ ଚହଟେ। 

ଶୀତୁଆ କାକରେ

ପଖାଳି ଆନନ

ସରସିଜ ସରେ ଫୁଟେ,

ମୃଦୁ ହିଲ୍ଲୋଳରେ

ଚମ୍ପା କନିଅର

ବାସ ଚଉଦିଗେ ଛୁଟେ। 

ଭାରି ଭଲଲାଗେ

ସକାଳୁ ସକାଳୁ

ସିନ୍ଦୁରା ଯେବେ ଫାଟେ।

ସିକ୍ତ ବସନରେ

ଗାଗରି କାଖରେ

ସିମନ୍ତୀନି ଯାଏ ବାଟେ,

ରିକ୍ତ ମଧୁଶାଳା

ପରବାସେ ପତି

ଆଖି ତା ଲୁହ ସାଉଁଟେ।

ଭାରି ଭଲଲାଗେ

ସକାଳୁ ସକାଳୁ

ସିନ୍ଦୁରା ଯେବେ ଫାଟେ। 

ବାସର ଶେଯରୁ

ଅଳସୀ ପ୍ରେୟସୀ

ଲାଜେଇ ଲାଜେଇ ଉଠେ,

ଓଢଣା ଫାଙ୍କରେ

ଗୋଲାପୀ ଓଠେ ତା

ରକ୍ତଜବା ପରା ଫୁଟେ। 

ଭାରି ଭଲଲାଗେ

ସକାଳୁ ସକାଳୁ

ସିନ୍ଦୁରା ଯେବେ ଫାଟେ। 

ନିରାଶା ଦୂରେଇ

ମନ ଆକାଶରେ

ଆଶାର ସୂରୁଜ ରଟେ,

ଅନ୍ଧକାରରୁ ଯାଅ

ଆଲୋକ ଆଡକୁ

ଭୟ କରନାହିଁ ମୋଟେ। 

ଭାରି ଭଲଲାଗେ

ସକାଳୁ ସକାଳୁ

ସିନ୍ଦୁରା ଯେବେ ଫାଟେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍