STORYMIRROR

Tonish Rohidas

Children Stories Others

3  

Tonish Rohidas

Children Stories Others

ସକାଳ

ସକାଳ

1 min
334


ରାତି ସାରା ଦେଖୁଥିଲି

ସ୍ୱପ୍ନ ଭରା ଏ ସାରା ଦୁନିଆ

ଧୀରେ ଧୀରେ ସକାଳ ହେଲା

ମୋର ସବୁ ସ୍ୱପ୍ନ ଅଧାରେ ରହିଗଲା।


ଆଖି ଖୋଲି ଦେଖିଲି ରାତି ଆଉ ନାହିଁ

ସକାଳ ହେଲା ବୋଲି କୋଇଲି ଡାକ ଦେଲା,

କହି ଦେଲା କୁହୁ କୁହୁ କରି

ଉଠ ଉଠ ସକାଳ ଆଉ ନାହିଁ।


ଥଣ୍ଡା ଥଣ୍ଡା ପବନ,ମନ କୁ ଦେଲା ଆନନ୍ଦ,

ଲାଗିଲା ଆଜି ଜିନ ଦିଏ ଭଲରେ ବିତବ

ଖୁସି ରେ ମନ କେତେ ଉଙ୍କି ମାରି କିଏ ବା କହିବ।


ସକାଳୁ ସକାଳୁ ମିଳିଗଲା ଶୁଣିବାକୁ 

କୋଇଲି ର ଗୀତ।

କେତେ ପକ୍ଷୀ, ପଶୁ ନିଜ ବସା ଛାଡ଼ି 

ଯାଉଥିଲେ ବହୁ ଦୂର ।

ଦେଖି ଦେଲେ ଯେବେ ତାଙ୍କର ଦୃଶ୍ୟ

ମନ ମୋର ହେଇ ଗଲା ଅଧିର ।


ଘର ଅଗଣାରେ ଫୁଟିଛି ମଲ୍ଲୀଫୁଲ

ମହ ମହ ବାସନା ତାହାର ଲାଗିଯାଏ  

ସେ ବଡ଼ଦେଉଳ।

ସକାଳ ଆରମ୍ଭ ହେଉ ତୁମରି ନାମରେ 

ହେ ପ୍ରଭୁ ଜଗନ୍ନାଥ

ଶୁଭ ହେଉ ଆଜିର ସକାଳ।


କାରଣ ଅକାରଣ ସବୁ ତୁମେ

ତୁମ କୁ କରି ଦେଲେ ଥରୁଟିଏ ଦର୍ଶନ

ମୁକ୍ତି ଲୋଭେ ଏ ମନ।

ସକାଳ ର ମୋ ଭକ୍ତି ଭରା ପ୍ରଣାମ 

ଘେନ ଆହେ ଚକାନୟନ।।

 

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍