STORYMIRROR

Lakshapati Podh

Others

3  

Lakshapati Podh

Others

ସକାଳ

ସକାଳ

1 min
206

ଉଠିଲି ସକାଳେ ସୂର୍ୟୋଦ୍ବୟ ଦେଖି,

ଦେଖିଲି ପ୍ରକୃତିକୁ ମନ ଗଲା ହାରି।

ଏମିତି ସୁନ୍ଦର ରୁପ ଯେ ତାହାର,

ଦେଖି ହଜି ଗଲା ମନ ଯେ ମୋହର।

ଗଢ଼ିଲା କେଉ ବିଧାତା ତାକୁ କେଊ ମୁହୂର୍ତ୍ତରେ,

ଯେ ଦେଖିଲା ସେ ହଜିଗଲା ତାହାରି ରୂପରେ।

ଯେ ଉଠେ ସକାଳେ ସେ ଯେ ଦେଖିପାରେ,

ନ ଉଠିଲା ଲୋକ କଣ ବା ଜାଣିପାରେ।

ପକ୍ଷୀ ର କଳରବ ମନ କୁ ପ୍ରଫୁଲ୍ଲିତ କରେ,

ମନରେ ନୂତନ ଆଶା ସେ ଯେ ଆଣେ।

ମୃଦୁ ମୃଦୁ ପବନ ମନ ମୋହି ନିଏ,

ମନ କୁ ଶାନ୍ତ ସରଳ ଯେ କରାଏ।

କରିଲେ ତା ପ୍ରଶଂସା ଭାଷା କମ୍ ପଡ଼ିଯାଏ,

ନ କରିଲେ ଭି ମନ ବ୍ୟକୁଲିତ ହେଉଥାଏ।

ତା ସୁନ୍ଦରତା ର ଦୃଶ୍ୟ ସାମ୍ନାରେ ଝଲସି ଉଠେ,

କଲମର ଗାରେ ତାହା ଲେଖି ଯେ ହୋଇଯାଏ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍