STORYMIRROR

pranati Mahapatra

Others

3  

pranati Mahapatra

Others

ସକାଳ ହୁଏ

ସକାଳ ହୁଏ

1 min
178


ତୋତେ ସୁମରିଣ ରାତି ସକାଳ ମୋ ହୁଏ,

ଧୃବ,ପ୍ରହଲ୍ଲାଦ ଅବା ସାଲବେଗ ନୁହେଁ।


ବନ୍ଧୁମହାନ୍ତି ଦାସିଆ, ମୀରାବାଇ ନୁହେଁ,

ତଥାପି ମୁଁ କାଳିଆରେ ତୋର ଭକ୍ତଟିଏ।


 ପୂଜିବାକୁ ଫୁଲଫଳ ଲୋଡା ମୋ ନ ଥାଏ,

ତୋତେ ସୁମରିଣ ରାତି ସକାଳ ମୋ ହୁଏ।


କରପତ୍ର,ହୃଦପୁଷ୍ପ,ନେତ୍ର ତ୍ଵୟ କର୍ମଫଳ ଦିଏ,

ଭକତି ଅନ୍ତରେ ଦିବା ନିଶି ପୂଜୁଥାଏ।


ତୋତେ ମୋ ନିଜର କରି କଷଣ ମୁଁ ପାଏ,

କଷିକଷାଇ ଫଳ ଦେଉ ବୋଲି ମୁଁ ଜାଣିଥାଏ। 


ଯେ ତୋତେ କରଇ ଆସ ତୁ କରୁ ସର୍ବନାଶ,

ପ୍ରବାଦ ଅଛି ତଥାପି ମୁଁ ତୋତେ ଭଜୁଥାଏ।

ତୋତେ ସୁମରିଣ ରାତି...


ତୋ ରୂପରେ କି ଯାଦୁ ଭରି କରୁ କିମିଆ,

ସେ ରୂପ ଦର୍ଶନ ପାଇଁ ବାଇଆ ଦୁନିଆଁ।


ଅଧାଅଧା ହାତପାଦେ ଭ୍ରମୁ ତୁ ଜଗତ,

ତୋ ରୂପେ ପାଗଳ ପ୍ରାୟ ହୋଇ ଖୋଜୁଥାଏ।


 ନୀଳାଦ୍ରି ବିହାରୀ ଦୟା ରଖିଥିବ ଆହେ

ତୋର ନାମ ତୁଣ୍ଡେ ଥାଉ ଜୀବ ଯିବା ଯାଏ ।


ତୋତେ ସୁମରିଣ ରାତି ସକାଳ ମୋ ହୁଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍