Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Geetanjali Prusty

Others

4  

Geetanjali Prusty

Others

ସକାଳ ଆସିଲେ

ସକାଳ ଆସିଲେ

1 min
346



ସୂର୍ଯ୍ୟ ଉଇଁଲେ ସକାଳ ହେଲେ

ଅନ୍ଧାର ହଟିଯାଏ

ବସାରେ ପକ୍ଷୀ ଛୁଆକୁ ରଖି

ଆହାର ପାଇଁ ଧାଏଁ l


ପାହାଡ଼ ତଳେ ତୋଟା ଗହଳେ

ଡାଳରୁ ଡାଳ ଡେଇଁ

ଗାଁ ମୁଣ୍ଡରେ ପହଞ୍ଚିଯାଏ

ହନୁମାଙ୍କଡ଼ ଭାଇ l


ବାଡ଼ି କି ବାଡ଼ି ବୁଲିକି ସେହି

ଖାଇବ ଫଳ ମୂଳ

ଦେଖାଇ ରଙ୍ଗ ଗାରିମା କେତେ

ଲଗାଇ ସବୁ ବଳ l


କୁନି ବାଛୁରୀ ମାଆକୁ ଛାଡ଼ି

ଲାଙ୍ଗୁଡ଼ ଟେକି ଡିଏଁ

ଲାଗିଲେ କେହି କଅଁଳ ଦେହେ

ମାଆ ପାଖକୁ ଧାଏଁ l


ଗୋବର ପାଣି ମୁଁଦିଏ ଛିଞ୍ଚି

ଘରର ନୂଆ ବୋହୂ

ବାସି ଦୁଆର ଖରକି ଦିଏ

ସକାଳ ହଉ ହଉ l


ବେଳ ଘଡିଏ ହେଲାରୁ ଯାଏ

କ୍ଷେତକୁ ଚଷା ଭାଇ

ହଳ ଲଙ୍ଗଳ ସାଙ୍ଗରେ ଧରି

ପାଞ୍ଚଣ ଖଣ୍ଡେ ନେଇ l


କରିବ ଚାଷ ଫୁଟାଇ ହସ

ଆହାର ମୁଠେ ଦେବ

ସବୁରି ମୁଖେ ହରଷ ଦେଇ

ଧନ୍ୟ ସେହି ହେବ l


ବହି ବସ୍ତାନି ହାତରେ ଧରି

କୁନା ଓ ମୁନା ଯୋଡ଼ି

ହସ ଖୁସିରେ ଗାଆଁ ଦାଣ୍ଡରେ

ଯାଆନ୍ତି ପାଠ ପଢ଼ି l


ଏମିତି କେତେ ଛବି କୁ ନେଇ

ନିତି ସକାଳ ହୁଏ

କରମ କରି ଚାଲନ୍ତି ସର୍ବେ

ସଞ୍ଜ ନଇଁବା ଯାଏ l 


Rate this content
Log in