STORYMIRROR

Bijay Prusty

Others

3  

Bijay Prusty

Others

ସଜଫୁଲର ମହକ

ସଜଫୁଲର ମହକ

1 min
225

ଆଖିଆଗେ ଥିଲା ହୃଦୟର ଛବି

ଅପଲକ ନେତ୍ରେ ଚାହିଁ

କାନେ ମୋ ବାଜିଲା ହୃଦୟର ସ୍ୱର

ନେତ୍ର ମୋ ପୁରିଲା ନାହିଁ I


ଅତି ଆପଣାର ଥିଲା ଯିଏ ମୋର

ଆଖି ଆଗେ ତାକୁ ପାଇ

ହାତ ମୋ ଫେରାଇ ଆଣିଲି ପଛକୁ

ପାରିଲିନି ତାକୁ ଛୁଇଁ I


ଆଖିର ସପନ ଆଖିତଳେ ରଖି

ଶୁଣିଲି ମରମ ସ୍ୱର

ଛୁଇଁଦେଲେ ଫୁଲ ଝାଉଁଳି ପଡିବ

ମନ କରିନେଲି ସ୍ଥିର I


ସିଏ ପରା ମୋର ଆଖିର ସପନ

ମୋ ଶୂନ୍ୟ ଆକାଶେ ଜହ୍ନ

ସିଏ ମୋ ଆଖିର ଅଦେଖା ସପନ

ହୃଦୟର ମଧୁବନ I


ଚିରଦିନ ପାଇଁ ମୋ ଆଖିତଳେ ସେ

ରହିଥାଉ ଘର କରି

ମୋ ହୃଦୟ ତଳ ଅକୁହା କଥାକୁ

ଶୁଣୁଥାଉ କାନଡେରି I



Rate this content
Log in