STORYMIRROR

Bunee Tripathy

Others

4  

Bunee Tripathy

Others

ସଜାଗ ଆମେ

ସଜାଗ ଆମେ

1 min
338


ରହରହ କ୍ଷଣେ ହେ ଓମିକ୍ରନ

ଆସନାହିଁ ମାଡି ତୁମେ

ଶବ୍ଦ ହୀନ ଭାବେ ଆଗକୁ ବଡୁଛ

 ଜାଣି ପାରୁ ନାହିଁ ଜନେ।


ଜନ୍ମସ୍ଥଳୀ ତୁମେ ଫ୍ରନ୍ସ କୁମେରୁନ୍

ବଡଭାଇ ତୁମ କରୋନା

ଡେଲଟା ପ୍ଲସ ପରେ ତୁମ ଆର୍ବିଭାବ

ନାମ ତୁମ ଓମିକ୍ରନ।


ଶୁଖିଲା କାଶକୁ ଥଣ୍ଡା ଜ୍ବର ଅଟେ

ତୁମ ବାହନ ପ୍ରତିକ

ଗହଳି ଜାଗାରେ ଜଗି ବସିଥାଅ

ଲାଗିଯାଅ ହୋଇ ଯୋକ।


ଓମିକ୍ରନ ଭାରିଅଣ୍ଟ ନାମ ଵହିଛ

ପକ୍ଷ ମେଲାଇ ଆସୁଛ

ସାତ ସମୁଦ୍ର ତେରନଈ ପାରିକରି

ଗ୍ରାସ କରି ତ ବସିଛ।


ଡରିବୁନି ଓମିକ୍ରନ ରୂପ ଦେଖି ତୋର

ହେଉ ତୋର ଉଗ୍ରରୂପ

ଆମେ ବି ହେବୁ ସର୍ତକ ଡରିବୁନି ଆଉ

ହାରିବୁ ଦେଖି ଆମ କୋପ।


ଦେଶଦେଶ ମାଡୁଅଛ ଆଖି ପିଛୁଳାକେ

କବଳିତ ଏ ସାରା ପୃଥିବୀ

ମୃତ୍ଯୁର ଇଗଲ ସାଜି ଉଡିବୁଲ ତୁମେ

ଲହଲହ ଜିହ୍ବାର ସେ କରାଳ ଛବି।


ହେ ଓମିକ୍ରନ ସାବଧାନ କରୁଅଛୁ ଆଜି

ଚାଲିଯାଅ ଛାଡି ଏହି ମହୀ

ସଜାଗ ଅଛୁ,ରହିଥିବୁ ମଧ୍ଯ ପ୍ରତିଟି ମୂହୁର୍ତ୍ତ

ଫେରିଯିବ ଜାଣିବେନି କେହି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍