ସଜାଡି ରଖିବା ଶିଖ
ସଜାଡି ରଖିବା ଶିଖ
1 min
146
ପୃଥିବୀ ବକ୍ଷରେ ଯେତେ ଜୀବ ଛନ୍ତି,
ମଣିଷ ସବୁଠୁ ଶ୍ରେଷ୍ଠ ।
କାହିଁକି କେଜାଣି ସଜାଡି ରଖିବା,
ମଣିଷକୁ ଲାଗେ କଷ୍ଟ ।।
ଅନ୍ୟ ଜୀବଜନ୍ତୁ ମଣିଷ ଆୟତ୍ତେ,
ମଣିଷ ବୁଦ୍ଧିଆ ବୋଲି ।
ତଥାପି କାହିଁକି ହୁଏ ଅସଜଡା,
ବୁଦ୍ଧି କାହିଁ ଯାଏ ଚାଲି ?
ଅସଜଡା ଆମେ ରଖିଲେ ଘରକୁ,
ପାଲଟିବ ଭୂତକୋଠି ।
ତେଣୁ ସଜଇବା ଆମ ସେ ଘରକୁ,
ନ ଫୋପାଡି ଏଠିସେଠି ।।
ଅସଜଡା ହେଲେ କୀଟପତଙ୍ଗ ଯେ,
ତହିଁରେ କରିବେ ବାସ ।
ଆମ ଜିନିଷକୁ କରିଦେବେ ନଷ୍ଟ,
ହେବ ଆମ ସର୍ବନାଶ ।।
ଜିନିଷ କିପରି ହୋଇଛି ସଜଡା,
ମଠ ମନ୍ଦିରକୁ ଦେଖ ।
ସଜଡାରେ ଥାଏ ଆଧ୍ୟାତ୍ମିକ ଚିନ୍ତା,
ସଜାଡି ରଖିବା ଶିଖ ।।
