STORYMIRROR

JAGYASINI PARIDA

Others

3  

JAGYASINI PARIDA

Others

ସିନ୍ଦୂର

ସିନ୍ଦୂର

1 min
201


କାହାପାଇଁ ସେ ନାଲି ଅବିର

କାହା ପାଇଁ ପୁଣି ପାଣିର ଗାର

ସାଜେ କାହାପାଇଁ ସିନ୍ଥିର ସିନ୍ଦୂର

ହୋଇ ଜୀବନର ଗାର।


ସଧବାନାରୀର ପରିଚୟ ସିଏ

ପତିବ୍ରତାର ଯେ ପୁଣି ପ୍ରତୀକ

ଦୁଇପଟ ଶଙ୍ଖା ଟୋପାଏ ସିନ୍ଦୂରରେ

ନାରୀ ଜୀବନର ସାର୍ଥକ।


ଶଙ୍ଖା ସିନ୍ଦୂରର କେତେ ଯେ ଶକତି

ପୁରାଣରେ ଅଛି ସବୁ ବର୍ଣ୍ଣିତ

ପତି ପାଇଁ ସେ ରକ୍ଷାର କବଚ 

ପତିବ୍ରତାକୁ ଯେ ପୁଣି କରେ ପରିଚିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍