ସିନ୍ଦୂର ନୁହେଁ ଖେଳଘର
ସିନ୍ଦୂର ନୁହେଁ ଖେଳଘର
ସିନ୍ଦୂର ନୁହେଁ ଖେଳଘର
ସିନ୍ଦୂର ବିନ୍ଦୁ ଚିହ୍ନ ପ୍ରେମର
ଟୋପାଏ ସିନ୍ଦୂର ଅଧିକାରର
ଏ ନୁହେଁ ବନ୍ଧା ଆଇନ ଆଖିର ।
ଚିମୁଟାଏ ପାଇଁ ଏସବୁରି ଖେଳ
ନ ମିଳିଲେ ଲାଗେ ଶୂନ୍ଯ ଶୂନ୍ଯ ବେଳ
ଯାହାକୁ ମିଳେନା ଏ ଟିକକ ରଙ୍ଗ
ସେ ହୁଏ ଅଲୋଡା ଏବଜାରର ସଙ୍ଗ ।
ନ ପାଇ ଅତୃପ୍ତରେ ଛିହ୍ନ କରିବାରେ
ଥରେ ଥରେ ସିଦ୍ଧହସ୍ତ ପର ଘର ଭାଙ୍ଗିବାରେ
ନିଆଁ ପରି ଜଳେ ସେ ଜାଳି ବି ପାରେ ସତରେ
ଇତର ବେଶ୍ୟାର ରଙ୍ଗ ସବୁବେଳେ ବଦଳେ ।
ଏ ଟିକକ ପାଇଁ ଛାଡେ ତାରି ବାପ ମା ଘରଦ୍ବାର
ନିଜର ପରିଚୟ ମଧ୍ୟ ଯାଏ ବଦଳି ଏ ବାବଦର
ତ୍ଯାଗ ସେନେହ ଶ୍ରଦ୍ଧାର ପାଉଣା ଦେଇ
ନିଜର କରିବାକୁ ହୁଏ ଏ ନ ଭାବନ୍ତି କେହି ।
ଯତନରେ ସାଇତା ସେ ସାତ ତାଳ ପାଣିରେ
ଚାବିଟା ପୁଣି ପାଆନ୍ତିନି କେହି କଥାଟା ସତରେ
ମୁଠାଏ ସିନ୍ଦୂର ଲାଗିଲେ ପଥର ପାଲଟେ ଠାକୁରାଣୀ
ସେ ତ ବିଶ୍ବାସର ପ୍ରତୀକ କେବେ ସ୍ଥାନଟା ଅଲଗା ଜାଣି ।
ଦାଉଦାଉ ଝଲମଲ ରଙ୍ଗୀନ ଭରେ ସୀମାନ୍ତରେ
ଧାର ଉଧାର କରି କିଏ କେବେ ଏହାକୁ ହାସଲରେ
ସମ୍ମାନର ପ୍ରତୀକ ଏ ସମାଜର ସସ୍କୃତି ଓ ସ୍ୱୀକୃତି
ଲୁଚାଇ ଚୋରାଇ କଣ ଭରିହେବ ନେଇ ଆଉ କାହା ସମ୍ପତ୍ତି ।
ପବିତ୍ରତା ଭରା ସନ୍ତକ କଣ ଦେଇ ହେବ ଯାହି ତାହିରେ
କଣ ଏ ଭାଗ କରିହୁଏ ସତରେ ବଞ୍ଚିଥାଇ ଜୀବନରେ
ଏ ଶକ୍ତି ସତରେ କରିଦିଏ କୁନି କନ୍ଯାକୁ ଶତ ବଲିଷ୍ଠ ମାନବୀ
ମୂଲ୍ୟ ଯଦି କିଏ ବୁଝୁନି ସେ ତ ଦୁଷ୍ଟାତ୍ମାର ପାଗଳାମି ।
ଠକିଦେଇ ଯଦି କିଏ ନେଇ ପାରନ୍ତା ଏ ମୁଠାରେ
ନିଷିଦ୍ଧ ଇଲାକାର ନାୟିକା ଯେ ଭରିବ କାଳିମା ଲଲାଟରେ
ସୌଭାଗ୍ୟର ଗାଥା ଯଦି ଦୁର୍ଭାଗ୍ୟ ଜନକ ପରିସ୍ଥିତି ସୃଷ୍ଟିରେ
ଭୋଗିବାକୁ ହେବ ତେବେ ତାକୁ ଏ ରୌଦ୍ର ଝାସରେ ।
ଗୋଲାପର ବାସନାରେ ଭଲପାଇବା ନେଇ
କୁଳଷିତ ହୃଦୟରେ ଏ ସମ୍ପର୍କର ବାଟବଣା ହୋଇ
ସିନ୍ଦୂର ରଖିପାରେନା ତାରି ଧରମ ଓ ମୂଲ୍ଯ ସତରେ
ସେ କଣ ବିପଣୀରେ ମିଶି ବିକାକିଣା ବଜାରରେ ।
ରଙ୍ଗ ତାର ଛାଡେନା ସହଜରେ ଥରେ ଲାଗିଲେ
ବାରମ୍ବାର ଯେ ଲଗାଏ ଏ ଭିନ୍ନ ଭିନ୍ନ ନାମରେ ଲଲାଟରେ
ପବିତ୍ର ବନ୍ଧନ ପାଲଟିଯାଏ ଉଶୃଙ୍ଖଳା ଓ ଉତ୍ତେଜନାର
ବନ୍ଧନହୀନ ହୋଇଯାଏ ସେ ଅଧିଷ୍ଠାତ୍ରୀ ଭିନ୍ନ ରାଇଜର ।
