STORYMIRROR

Ghanashyam Biswal

Others

3  

Ghanashyam Biswal

Others

ସିନ୍ଦୂର ଲୋ ସିନ୍ଦୂର

ସିନ୍ଦୂର ଲୋ ସିନ୍ଦୂର

1 min
243

ପାଇଲି ସାଧବ ବୋହୁର

ନିଆରା ପରିଚୟ

ହେଲି ସୁଭାଗିନୀ

ରଙ୍ଗେଇଲୁ ମତେ ତୋ ନାଲି ରଙ୍ଗରେ

ଭିଜିଲି ମନରେ, ଦେହରେ

କରେଇଲୁ ଶପଥ ସାତ ଜନମର

ବାଂଧିଲୁ ଅତୁଟ ଡୋରିରେ

କଥା ଦେଇ ଥିବୁ ସାଥୀ ହୋଇ

ଜିଇଁଥିବା ଯାଏ

ମରିବା ଯାଏ ବି

ରାଣ ଦେଲି ତୋତେ ଲୋ

ରଖିଥିବୁ ମୋତେ ସାଧବ କରି ଲୋ

ଝଟକୁ ଥିବୁ ମୋ ମଥାରେ, କୋକେଇରେ ବି

ରଖିବୁ ତୋର ଅସ୍ମିତା

ପାଇବୁ ପୂଜା ଜଗତେ

ହେବୁ ଜଗତଜିତା.......



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍