ସୀତାଙ୍କ ବିଳାପ (ସୀତା ଚୋରୀ
ସୀତାଙ୍କ ବିଳାପ (ସୀତା ଚୋରୀ
• (ସୀତା ଚୋରୀ) ଭାଗ-୪
• ସୀତା ଙ୍କ ବିଳାପ
• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର , ମଙ୍ଗଳାଯୋଡି , ଖୋର୍ଦ୍ଧା
• ---------- -------------------- ----------
• ରୋଦନ କରନ୍ତି ସୀତା ହା ରାମ ହା ରାମ
• ବଳେ ଧରି ନେଉଅଛି ଲଙ୍କାର ରାବଣ
• ହେ, ରାଜିବ ଲୋଚନ ।।
•
• କିମ୍ପାଇଁ ମାଗିଲି ମୁହିଁ ସୁବର୍ଣ୍ଣ ହରିଣ
• କପଟ ରଚନା କରି ଦୁଷ୍ଟ ଦଶାନନ
• ମୋତେ , କରୁଛି ହରଣ ।।
•
• ବନବାସ ବେଳେ ମାତା କହିଥିଲେ,ମନ-
• ନବଳାଇବୁ ରେ, ବଧୂ ଅପୂର୍ବ ରତନ
• ଦେଖି ,ନକରିବୁ ମନ ।।
•
• ନହେଜିଲି ବାରେ ମାତା ତୁମର ବଚନ
• ଅପୂର୍ବ କୁରଙ୍ଗୀ ପାଇଁ ବଳାଇଲି ମନ
• ଆଜି , ପଡ଼ିଲା କଷଣ ।।
•
• କାହିଁ ଅଛ କେତେଦୂରେ ମୋ ଜୀବ ଜୀବନ
• ମନ୍ଦବିହି ଛନ୍ଦରଚି କଲା ହୀନିମାନ
• ଶୁଣ, ଗିରି,ଲତା,ବନ ।।
•
• କହିବ କାନ୍ତେ ଆସିଲେ ବିଶ୍ରବା ନନ୍ଦନ
• ଯୋଗୀ ବେଶ ଛଳେ ମୋତେ କରିଲା ହରଣ
• ଆହେ ଦେବର ଲକ୍ଷ୍ମଣ ।।
•
• ତୁମକଥା ନଶୁଣିଲି ବୁଦ୍ଧିହେଲା ବାମ
• ପଶ୍ଚାତାପ କରି ନିଜ ଭାଗ୍ୟକୁ ନିନ୍ଦିଣ
• ଦେବୀ , କରନ୍ତି ରୋଦନ ।।
•
• ବିକଳ କ୍ରନ୍ଦନ ଧ୍ଵନି ଆକୁଳ କାରୁଣ୍ୟ
• ଶବଦେ ସ୍ଥିର ହୋଇଲା ଗଗନ,ପବନ
• ଦେବୀ , କରନ୍ତି ରୋଦନ ।।
