Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prafulla Chandra Mishra

Others

3  

Prafulla Chandra Mishra

Others

ସୀତା ଚୋରୀ (ଶେଷ ଭାଗରେ)-୫

ସୀତା ଚୋରୀ (ଶେଷ ଭାଗରେ)-୫

2 mins
519


• ସୀତା ଚୋରୀ (ଶେଷ ଭାଗରେ)-୫

• କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର ମଙ୍ଗଳାଯୋଡି ଖୋର୍ଦ୍ଧା

• ---------- -------------------- ----------

• ପୁଷ୍ପକ ବିମାନେ ରାବଣ ସଘନେ ବସାଇ ସୀତୟା ମାତ

• ବୋଲେ ଆଗୋ ସୀତେ ଶୋକ ପରିହର ଆସ ଆସ ମୋ ସହିତ

• ଲଙ୍କାଗଡ଼ ଶୋଭା ବର୍ଦ୍ଧନ କରାଇ ବାରେ ମୋର ମନ ତୋଷ

• ଆଜି ଲଙ୍କାଗଡେ ଅଭିସିକ୍ତ କରି କରିବି ପାଟ୍ଟ ମହୀଷ ।।

• ଜଟାଧାରୀ ବନବାସୀ ସ୍ଵାମୀ ତୋର କି ସୁଖ ପାଇବୁ ତାରେ

• ସ୍ଵର୍ଣ୍ଣମୟ ଲଙ୍କା ଅଧିସ୍ଵର ମୁହିଁ ରଖିବି ସୁବର୍ଣ୍ଣ ପୂରେ

• ଦାସ,ଦାସୀ ତୋର ପୟରେ ଖଟିବେ ଦୁଃଖ ନାହିଁ ଯହିଁ ତିଳେ

• ସେପୁର ର ଅଧିସ୍ଵରୀ ମୁଁ କରିବି ସୋଚନା ନକର ବାରେ ।।

• ବ୍ୟାଧ ଜାଲେ ପଡ଼ି ବିକଳରେ ରଡି ଛାଡଇ ଯେମନ୍ତେ ଏଣୀ

• ତେମନ୍ତ ପ୍ରକାରେ ବିକଳେ ରୋଦନ କରେ ଜନକ ନନ୍ଦିନୀ

• ଆରେ ପାପୀ ପାପ କଥା ମୁଖେ କହୁ ବଦନ୍ତି ରାମ ଘରଣୀ

• ରାମବାଣେ ହତ ହେବୁରେ ପାମର ତୋ ମରଣ ବେଳ ହେଲାଣି ।।

• ବିକଳେ ଆତୁରେ ଭୟାତୁର ସ୍ଵରେ ଉଚ୍ଚେ କରନ୍ତି ରୋଦନ

• ଥରିଯାଏ ବନ,ଗିରି ଓ ପବନ ଶୁଭଇ ହା ରାମ ରାମ

• ଶବଦ ଶୁଭିଲା ତିନିପୁର ସାରା ଶୁଣିଲା ଜଟାୟୁ କାନ

• ଶ୍ଵେତବୀଣା ତାର ବିରହ ରାଗର ତୋଳେ କି ବିରହ ତାନ ।।

• ଏ କେଉଁ ମଧୁର ବିଦଗ୍ଧ ସ୍ବରରେ କିଏ ସେ କାନ୍ଦଇ ନାରୀ

• ଆକାଶେ ଉଠିଲା ଅତିକାୟ ତାର ଶକ୍ତ ପକ୍ଷକୁ ବିସ୍ତାରି

• ଦେଖିଲା ରାବଣ ପୁଷ୍ପକ ଯାନରେ ଧରିଆଣେ ରାମନାରୀ

• ଚନ୍ଦ୍ରେ ରାହୁ ଗ୍ରାସ କରିଲା ପ୍ରକାରେ ଦିଶେ ଜନକ ଦୁଲାଳୀ ।।

• ଚଞ୍ଚୁକୁ ହଲାଇ ପକ୍ଷ ଦୋହଲାଇ କହେ ରେ ବିଶ୍ରବା ସୁତ

• ଅପକର୍ମ କର୍ମ କରୁ ଆରେ ଦଶଶୀର ମୋ ହାତେ ହୋବୁ ହତ

• ଭୀମ, ଭୟଙ୍କର ରୂପେ ପକ୍ଷୀ ବର କରି ତାର ପକ୍ଷାଘାତ

• ରଥଧ୍ଵଜା, ଚଞ୍ଚୁଘାତେ ଶୀରସ୍ତ୍ରାଣ ଭୂମେ କରିଲା ପତିତ ।।

• କ୍ରୋଧେ ଲଙ୍କସାଇଁ ଚନ୍ଦ୍ରହାସ ନେଇ ଛେଦିଲା ତାହାର ପକ୍ଷ

• ଭୂତଳେ ପଡ଼ିଲା, ସୀତୟା ବଦନ୍ତି ବଞ୍ଚିଥାଅ ତୁମେ ତାତ

• ମୁକତି ଲଭିବ ଶ୍ରୀରାମ,ଲକ୍ଷ୍ମଣେ କହିବ ସର୍ବ ଉଦନ୍ତ

• ପ୍ରଫୁଲ୍ଲ କହଇ ବିଧିର ନିର୍ବନ୍ଧ ସୀତାଚୋରୀ କଥାମୃତ ।।





Rate this content
Log in