ସୀମନ୍ତିନୀ
ସୀମନ୍ତିନୀ
1 min
330
ଟୋପାଏ ସିନ୍ଦୂର ଚୁଟକିରେ ଧରି
ଭରିଛି ସୀମନ୍ତ ମୋର ,
ଦୁଇପଟ ଶଙ୍ଖା ହାତରେ ପିନ୍ଧିଛି
କରିଛି ମୁହିଁ ସଂସାର ।
ଭାଗ୍ଯକୁ ମୋହର ବଦଳାଇ ଦେଲା
ଟୋପାଏ ସିନ୍ଦୁର ସତେ ,
ସେ ସିନ୍ଦୁର ପାଇଁ ସବୁ ସହିଯିବି
ଆସୁ ପଛେ କଷ୍ଟ ଯେତେ ।
ସପନକୁ ମୋର ସାକାର କରିଛି
ଏଇ ବିନ୍ଦୁଏ ସିନ୍ଦୂର,
ଦୁଃଖ ସବୁ ମୋର ହରଣ ହୋଇଛି
ସିନ୍ଦୂରକୁ ପାଇ ମୋର ।
ଜୀବନରେ ଆସୁ ଯେତେ ଝଡଝଞ୍ଜା
ନଇଁ ଯିବି ନାହିଁ କେବେ,
ସିନ୍ଦୁରକୁ ମୋର ସୁରକ୍ଷା ମୁଁ ଦେବି
ବିପଦ ଆସିବ ଯେବେ ।
ବିଭୁ ପାଦତଳେ ଲୟ ରଖି ମୁଁ ଯେ
ଏତିକି ଅଳି କରଇ
ଶେଷ ସମୟରେ ଚାଲିଯିବି ମୁହିଁ
ସିନ୍ଦୁରକୁ ସାଥେ ନେଇ ।
