ସିଧାକଥା -76 : କବିତା : ପ୍ରକୃତିର ବିଚିତ୍ର ନିୟମ
ସିଧାକଥା -76 : କବିତା : ପ୍ରକୃତିର ବିଚିତ୍ର ନିୟମ
ପ୍ରକୃତି ନିୟମ ଅତୀବ ବିଚିତ୍ର ସବୁ ହୁଏନା ସମାନ,
କାହାର ଶରୀର ଅତ୍ୟନ୍ତ ସୁନ୍ଦର କିଏ ହୁଏ ଭିନ୍ନକ୍ଷମ |
କେଉଁ ବୃକ୍ଷ ଫୁଲ ଖାଲି ଫୁଟିରହେ ହୁଏନାହିଁ ତା'ର ଫଳ ,
ପଣସ ଡିମିରି ପରି କେତେବୃକ୍ଷ ଫଳଫଳେ ନାହିଁ ଫୁଲ |
ବସନ୍ତ ଆସିଲେ ପତ୍ର ଝଡ଼ାଦେଇ ନବ କିଶଳୟ ହସେ,
ବଦଳେ ନାହିଁ ତ ବାଉଁଶର ରୂପ ଯେମିତି ସେମିତି ଦିଶେ |
ବରଷା ଋତୁଟି ବୃକ୍ଷ ପ୍ରିୟସାଥୀ ପଦ୍ମବଂଶ କରେନାଶ,
ଗ୍ରୀଷମରେ ଜଳକଷ୍ଟ ହୁଏ ସିନା ଫଳେ ଥାଏ ମିଠାରସ |
ଚଢେଇର ପାଇଁ ବସାଟିଏ ଲୋଡ଼ା ଛୁଆ ସେବା ଯତ୍ନ ପାଇଁ,
କାଉର ବସାରେ ଚତୁରୀ କୋଇଲି ନିଜ ଅଣ୍ଡା ଦିଏ ଥୋଇ |
ହୋମାପକ୍ଷୀ କେବେ ମାଟିଛୁଏଁ ନାହିଁ ଆକାଶରେ ଉଡୁଥାଏ,
ଆକାଶରୁ ଅଣ୍ଡା ପଡ଼ି ଯାଉଯାଉ ଛୁଆ ଫୁଟି ଉଡ଼ିଯାଏ |
