STORYMIRROR

KRUTIBAS NAYAK

Others

3  

KRUTIBAS NAYAK

Others

ସିଧାକଥା -74 କବିତା : ନାସ୍ତିକ-ଆସ୍ତିକ

ସିଧାକଥା -74 କବିତା : ନାସ୍ତିକ-ଆସ୍ତିକ

1 min
236


ସମୟ ଆମକୁ ଦେଇପାରେ ଧନ ମାନ ଜ୍ଞାନ ଯେତେ ସବୁ,

ଉପଯୁକ୍ତ ବିନିଯୋଗ ଜାଣିଥିଲେ ଶତ୍ରୁ ହୋଇଯାଏ କାବୁ |


ଧନ ମାନ ଜ୍ଞାନ କଳା କଉଶଳ କଲେ ଯେତେ ବିନିମୟ,

ସହଜ ସମ୍ଭବ ହେବନି କଦାପି ମିଳି ପାରେନା ସମୟ |


ଯେଉଁ କାର୍ଯ୍ୟ ଆଉ ବିଚାର ଆମର ଆରମ୍ଭ ହେଉଛି ଆଜି,

ସେ କାମକୁ କାଲି ବଢ଼ାଇବା ପାଇଁ ମନ ହେଇଯିବ ରାଜି |


ଆମ ଜୀବନରେ ଦୁଃଖ ଆସେନାହିଁ ସବୁ ଧ୍ୱଂସ କରିବାକୁ,

ଲୁଚି ରହିଥିବା ଶକ୍ତିକୁ ଆମର ବଢାଏ ସେ ଲଢ଼ିବାକୁ |


ନିଜକୁ ବିଶ୍ଵାସ କରେନାହିଁ ଯିଏ ସେ ଏକା ଜଣେ ନାସ୍ତିକ,

ଯିବରେ ଶିବଙ୍କୁ ଦେଖିପାରେ ଯିଏ ତାକୁ କୁହାଯାଏ ଆସ୍ତିକ |




Rate this content
Log in