STORYMIRROR

KRUTIBAS NAYAK

Others

3  

KRUTIBAS NAYAK

Others

ସିଧାକଥା-72 -ଶ୍ରଦ୍ଧାଶୀଳ

ସିଧାକଥା-72 -ଶ୍ରଦ୍ଧାଶୀଳ

1 min
147


ନୂଆ କିଛି କରି ଦେଖାଇବା ପାଇଁ ଯଦି ଇଚ୍ଛା ହେଉଥିବ,

ନିଜର ସ୍ୱରୂପ ଜାଣିବାର ଭାବ ଜାଗ୍ରତ ହେଲା ଜାଣିବ |


ମନକୁ ଆମର ଏମିତି ରଖିବା ଶ୍ରଦ୍ଧାଶୀଳ ହୋଇଥିବ,

ହୃଦୟ ଆମର ଏମିତି ହୋଇବ ଅନ୍ୟପାଇଁ ଜାଗାଥିବ |


ବୃହତ ସ୍ଵାର୍ଥରେ ମାନବ ସେବାରେ କାମ କରୁଥିବ ଯିଏ,

ନିନ୍ଦା ଅପମାନ ନିଶୟ ପାଇବ ମାଡ଼ ଖାଇପାରେ ସିଏ |


ନିରାକାର ପ୍ରଭୁ ବଡ଼ ବିଚାରକ ଆମକାମ ଦେଖିଦେଖି,

ଉଚିତ ବେଳରେ ଆମରି ଥାଳରେ ଶୁଭଫଳ ଦେବେ ଟେକି |


ଆମପାଇଁ କିଏ ଖୋଳୁଥାଉ ଗାତ ଚାହିଁ ଥାଉ କାନ୍ଦିବାକୁ,

ଆମେ ଗାତପୋତି ଅପେକ୍ଷା କରିବା ହସଟିକେ ଦେଖିବାକୁ |


ସବୁ ସମସ୍ୟାର ସମାଧାନ ବାଟ ଆମରି ପାଖରେ ଅଛି,

ନିଜ ବୁଝିଗଲେ କାଢିଦେବା ଆମେ ସବୁ ଦୁଃଖ ବାଛିବାଛି | |




Rate this content
Log in