STORYMIRROR

KRUTIBAS NAYAK

Others

4  

KRUTIBAS NAYAK

Others

ସିଧାକଥା-71 -ଜାଗା

ସିଧାକଥା-71 -ଜାଗା

1 min
190


ସଫଳତା ପାଇଁ ସ୍ଵପ୍ନ ହେଉଛି ଅତି କ୍ଷୁଦ୍ର ମଞ୍ଜିଟିଏ,,

ଉପଯୁକ୍ତ ସ୍ଥାନ କାଳ ପାତ୍ର ଦେଖି ତାହା ବୃକ୍ଷ ହୋଇଯାଏ |


ଅତୀତର ଦୁଃଖ ଯାତନାକୁ ଧରି ବସିଲେ ଚଳିବ ନାହିଁ,

ଆଜି ହିଁ ଆସିଛି ନୂତନ ସୁଯୋଗ ସୁଖକୁ ଖୋଜିବା ପାଇଁ |


ଅପେକ୍ଷା କରିଲେ ଖୋଜି ଖୋଜି ସୁଖ ପାଖକୁ ଆସିବ ନାହିଁ,

ସୁଖ ଆସିବାକୁ ଦ୍ଵାର ଖୋଲିଦେବା ନିଜେ ଶୁଦ୍ଧମନ ନେଇ |


ଆମ ମସ୍ତିଷ୍କରେ ଅଧିକ ଜାଗାକୁ ଶତ୍ରୁ ମାଡ଼ି ବସିଥାଏ,

ନିଜର ଶୁଭେଚ୍ଛୁ ମଣିଷର ପାଇଁ ଅଳପ ଜାଗା ହିଁ ରହେ |


ଅଯଥା ଚିନ୍ତାକୁ ମସ୍ତିଷ୍କରୁ କାଢି ଶତ୍ରୁକୁ ହଟେଇ ଦେଲେ,

ଆମର ଶୁଭେଚ୍ଛୁ ବସିବେ ସେଇଠି ଜାଗା ସଫା ହୋଇଥିଲେ |




Rate this content
Log in